Odiapua.com

ଗାଳିଗୁଲଜ ଏବଂ ଅଶ୍ଳୀଳ ବ୍ୟବହାର ବର୍ତ୍ତମାନ ଏକ ସଂସ୍କାର ହେଲାଣି ବିଜେପି ସରକାରରେ – ସୁରଜେୱାଲା

ନୂଆ ଦିଲ୍ଲୀ ୨୪ -୧୦ (ଓଡ଼ିଆ ପୁଅ) ଗାଳିଗୁଲଜ ଏବଂ ଅଶ୍ଳୀଳ ବ୍ୟବହାର ବର୍ତ୍ତମାନ ଏକ ସଂସ୍କାର ହେଲାଣି ବିଜେପି ସରକାରରେ ବୋଲି କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଏକ ଟ୍ୱିଟ୍‌କୁ ରିଟ୍ୱିଟ୍‌ କରି ପ୍ରକାଶ କରିଛନ୍ତି।
ସେ ତାଙ୍କର ଟ୍ୱିଟ୍‌ରେ ଲେଖିଛନ୍ତିଯେ, “ଗାଳିଗୁଲଜ ଏବଂ ଅଶ୍ଳୀଳ ବ୍ୟବହାର ବର୍ତ୍ତମାନ ଏକ ସଂସ୍କାର ହେଲାଣି ବିଜେପି ସରକାରରେ ମୋଦୀ ଜୀ ନା କିଛି କରିବେ, ନା ଶିବରାଜ ଜୀ।
ହଁ, ଜନସାଧାରଣ “ଆଚ୍ଛେ ଦିନ୍” ର ଅପବ୍ୟବହାର ଶୁଣିବେ,
ଏବଂ “ଭକ୍ତ ଟିଭି ଚ୍ୟାନେଲ” ବିରୋଧୀଙ୍କୁ ପ୍ରଶ୍ନ ପଚାରିବ।
ଏହା ହେଉଛି ବିଜେପିର “ନୂଆ ଭାରତ”!”

ପ୍ରକୃତରେ ମଧ୍ୟପ୍ରଦେଶର ବିଜେପି ଜିଲ୍ଲା ଉପାଧ୍ୟକ୍ଷ ତଥା ମଧ୍ୟପ୍ରଦେଶର ବାଚସ୍ପତିଙ୍କର ପୁଅର ଏକ ଅଡ଼ିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଜଣେ ଟୋଲ୍‌ ପ୍ଲାଜାର ମ୍ୟାନେଜରଙ୍କୁ ଗାଳି ଦେଉଥିବାର ଜଣାପଡ଼ୁଛି।