Odiapua.com

ଗାର୍ଲଫ୍ରେଣ୍ଡର ଅନ୍ତରଙ୍ଗ ଫଟୋ ଛାଡ଼ିଲା ଯୁବକ, ଏବେ ଗିରଫ : ବ୍ୟବସାୟରେ ୩୦ ପ୍ରତିଶତ ଲାଭାଂଶ ଦାବି କରି, ଲକ୍ଷ ପୂରଣ ନ ହେବାରୁ ଏପରି କରିଥିଲା

ମୁମ୍ବାଇ ୨୧-୪ (ଓଡ଼ିଆ ପୁଅ) : ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ୨୦ ବର୍ଷ ବୟସ୍କ ଯୁବକ ନିଜର ପୂର୍ବତନ ଗାର୍ଲଫ୍ରେଣ୍ଡ ସହିତ ଅନ୍ତରଙ୍ଗ ଫଟୋ ବ୍ୟବହାର କରି ଜଣେ ମହିଳାଙ୍କୁ ତାଙ୍କ ବ୍ୟବସାୟରେ ୩୦ ପ୍ରତିଶତ ଲାଭାଂଶ ଦେବାକୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପ୍ରବର୍ତ୍ତାଉଥିବାର ଅଭିଯୋଗ ହୋଇଛି। ଖବର ଅନୁଯାୟୀ ପୁରୁଷ ଜଣଙ୍କ ପୂର୍ବରୁ ମହିଳାଙ୍କ ସହ ସମ୍ପର୍କରେ ଥିଲେ ଏବଂ ସେମାନଙ୍କ ପ୍ରେମ ସମ୍ପର୍କ ସମୟରେ ଅନ୍ତରଙ୍ଗ ଫଟୋ ଉତ୍ତୋଳନ କରିଥିଲେ ଯୁବକ।

ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ମୁତାବକ, ଅଭିଯୁକ୍ତକୁ ମଙ୍ଗଳବାର ଦିନ ଜୋଗେଶ୍ୱରୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସର ସୂଚନାନୁସାରେ ଏହି ଅଭିଯୋଗ ଦାଖଲ କରିଥିବା ମହିଳା ଜଣେ ପାଥୋଲୋଜି ଲ୍ୟାବର ଅଂଶୀଦାର ଅଟନ୍ତି। ୨୩ ବର୍ଷୀୟା ଯୁବତୀ ପୋଲିସକୁ ଏହି ସୂଚନା ଦେଇଥିଲେଯେ, ସେ ଫେବୃଆରୀ ୨୦୨୧ ରେ ଦୁଇଜଣ ବ୍ୟକ୍ତିଙ୍କ ସହ ମିଶି ଏକ ପାଥୋଲୋଜି ଲାବ ଆରମ୍ଭ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ଅଭିଯୁକ୍ତର ଭାଇ। ଚୁକ୍ତିନାମାର ଅଂଶ ଭାବରେ ସେ ୧.୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ବ୍ୟବସାୟରେ ୩୦ ପ୍ରତିଶତ ଲାଭ ଆଶା ରଖିଥିଲେ। ଲ୍ୟାବରେ ହିଁ ଅଭିଯୁକ୍ତଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା ଏବଂ ସେ ଅଭିଯୁକ୍ତଙ୍କ ସହ ଡେଟିଂ କରୁଥିଲେ ଏହି ସମୟରେ ଲ୍ୟାବ ଭିତରେ କିଛି ଫଟୋ ମଧ୍ୟ ଅଭିଯୁକ୍ତ ଉଠାଇଥିଲେ। ଅଭିଯୁକ୍ତ ଜଣକ, ତାଙ୍କର ବିବାହ ପ୍ରସ୍ତାବ ଗ୍ରହଣ କରିବା ପରେ, ସେ ଗତ ବର୍ଷ ଡିସେମ୍ବର ମାସରେ ତାଙ୍କ ସହିତ ସମ୍ପର୍କ ରଖିଥିଲେ ବୋଲି ମହିଳା ଜଣକ ପୋଲିସକୁ କହିଛନ୍ତି।

ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ ମହିଳା ଜଣକ କହିଛନ୍ତି ଯେ, ପରେ ସେ ଆମର ବ୍ୟକ୍ତିଗତ ଅନ୍ତରଙ୍ଗ ଫଟୋ ମୋ ଭାଇଙ୍କ ନିକଟକୁ ପଠାଇଥିଲେ ଏବଂ ଯଦି ମୁଁ ତାଙ୍କ ଭାଇ ଏବଂ ମୋର ବ୍ୟବସାୟିକ ସହଯୋଗୀଙ୍କ ଦ୍ୱାରା ପଠାଯାଇଥିବା ଚୁକ୍ତିନାମା ସ୍ୱାକ୍ଷର ନକରେ ତେବେ ମୋ’ର ଉକ୍ତ ଫଟୋ ଅଧିକ ପରିଚିତ ବ୍ୟକ୍ତିଙ୍କ ନିକଟକୁ ପଠାଇବାକୁ ଧମକ ଦେଇଥିଲେ। ତାଙ୍କ ଯୁବକ ସାଥୀଙ୍କଠାରୁ ମିଳିଥିବା ଚୁକ୍ତି ଅନୁଯାୟୀ ତାଙ୍କର ଲାଭାଂଶ ୧୦ ପ୍ରତିଶତକୁ ହ୍ରାସ ପାଉଥିଲା।

ମହିଳା ଜଣକ ପୋଲିସ ନିକଟକୁ ଯାଇ ଅଭିଯୋଗ କରିବା ପରେ ପୋଲିସ୍ ଆଇପିସିର ଧାରା ୩୮୪, ୪୨୦, ୫୦୯, ୫୦୧ ଏବଂ ୩୪ ଏବଂ ଆଇଟି ଆକ୍ଟର ୬୭ ଏ ଅନୁଯାୟୀ ଏକ ଏଫଆଇଆର ପଞ୍ଜିକୃତ କରିଥିଲା। ପ୍ରତାରଣା, ଜଣେ ମହିଳାଙ୍କୁ ଅପମାନିତ କରିବା, ବଦନାମ କରିବା ଏବଂ ଅଶ୍ଳୀଳ ଫଟୋ ପ୍ରଚାର କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।