Odiapua.com

ଗାମୁଛା ବେକରେ ବାନ୍ଧି ଯୁବକର ଆତ୍ମହତ୍ୟା

ପୁରୀ, ୨୦/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଦୋକାନ ଘର ଆଜବେଷ୍ଟସ୍ ରେ ଗାମୁଛା ବାନ୍ଧି ଯୁବକ ଆତ୍ମହତ୍ୟା କରିଥିବା ଦେଖାଯାଇଥିଲା। ପୋଲିସ ଏ ସମ୍ପର୍କରେ ଖବର ପାଇ ମୃତ ଶରୀରକୁ ଯବତ କରି ତଦନ୍ତ କରିବା ସହ ଶବ ବ୍ୟବଛେଦ କରାଇବା ପାଇଁ ସଦରମହକୁମା ଚିକିତ୍ସାଳୟକୁ ପଠାଇଥିଲା। ମୃତ ଯୁବକ ମାର୍କେଣ୍ଡ ସ୍ୱର ବିମାନ ବଡୁ ସାହିର ବୁଦ୍ଦିରାମ ପଣ୍ଡା ବୋଲି ପୋଲିସ ପ୍ରକାଶ କରିଛି।