Odiapua.com

ଗାନ୍ଧୀ ବାଳାଶ୍ରମରେ ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସାହିତ୍ୟିକ ତଥା ସୁବକ୍ତା ପ୍ରଫୁଲ୍ଲ ପଣ୍ଡାଙ୍କ ଆକସ୍ମିକ ବିୟୋଗରେ ଐତିହାସିକ ଗାନ୍ଧୀ ଓଡିଶା ବାଳାଶ୍ରମ ପରିସରରେ ସାମାଜିକ ଦୁରତ୍ୱ ରକ୍ଷା କରି ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ଝରଣା ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ଉତ୍ସବରେ କବିୟତ୍ରୀ ଶାନ୍ତିଲତା ନାଗ, ବର୍ଷିୟାନ ସାମ୍ବାଦିକ ପରମାନନ୍ଦ ଦାସ, ଗାନ୍ଧୀ ଓଡିଶା ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଅଧୀକ୍ଷକ ହୃଷିକେଶ ମହାନ୍ତି ଯୋଗ ଦେଇ ଦିଂବଗତ ପ୍ରଫୁଲ୍ଲ ପଣ୍ଡାଙ୍କ ସାହିତ୍ୟ ଓ ସମାଜ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାରମ୍ଭରେ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ୰ ପଣ୍ଡାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିବା ସହିତ ତାଙ୍କର ବାଳାଶ୍ରମ ସହିତ ଥିବା ନିବିଡ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । ୰ ପଣ୍ଡା ଏକାଧାରାରେ ଜଣେ ସୁସାହିତ୍ୟିକ, କବି, ନାଟ୍ୟକାର, ଗବେଶକ, ସୁବକ୍ତା, ବାଗ୍ମୀ, ସମୀକ୍ଷକ ଓ ଓଡିଆ ଜଗତର ପ୍ରବାଦ ପୁରୁଷ ଭାବରେ ଅନନ୍ତ କାଳ ପର୍ଯ୍ୟନ୍ତ ସ୍ମରଣୀୟ ଓ ବନ୍ଦନୀୟ ହୋଇ ରହିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ସେ ଭଦ୍ରକ ତଥା ଓଡିଶାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲେ । ତାଙ୍କ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମମାନ ସବୁ ପିଢିର ଲେଖକ, ସାହିତ୍ୟ ଗବେଷକ ଓ ବକ୍ତା ମାନଙ୍କୁ ନିଜର ପ୍ରତିଭା ବିକାଶ କରିବାକୁ ସଯୋଗ ପ୍ରଦାନ କରୁଥିଲା । ସଙ୍ଗୀତ ଗୁରୁ ରାମ ନାରାୟଣ ପଣ୍ଡ ।ଙ୍କ ନିର୍ଦ୍ଦେଶନାରେ ବାଳାଶ୍ରମର ଅନ୍ତେବାସୀମାନେ ସ୍ମୃତି ସଙ୍ଗୀତ ପରିବେଶଣ କରିଥିଲେ । ଏହି ସଭାରେ ବାଳାଶ୍ରମର ସଂଚାଳିକା ଝରଣା ଦାସ, କର୍ମକର୍ତା ତଥାଗତ ଜେନା, ନିକିତା ବର୍ମା, ନିରଞ୍ଜନ ନାୟକ, ସୌମ୍ୟରଞ୍ଜନ ଦାସ, ଚନ୍ଦନ ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ସ୍ନିଗ୍ଧାରାଣୀ ଜେନା, ସସ୍ମିତା ମଲ୍ଲିକ, ପ୍ରତିମା ସାହୁ, ଅରବିନ୍ଦ ସେଠୀ, ରାଜେଶ କୁମାର ମୋହିନୀ, କୁନ୍‌ମୁନ୍ ପଣ୍ଡା, ନିରଞ୍ଜନ ରାଉତ, ଝୁନୁଲତା ରାଉତ ସ୍ମୃତି ଚାରଣ କରିଥିଲେ ।