Odiapua.com

ଗାନ୍ଧୀ ବାଳାଶ୍ରମରେ ରାଷ୍ଟ୍ର ମାତା କସ୍ତୁରବା ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ରାଷ୍ଟ୍ରମାତା କସ୍ତୁରବା ଗାନ୍ଧୀଙ୍କ ୭୮ ତମ ମହାପ୍ରଣାୟ ଦିବସ ସମାରୋହରେ ପାଳିତ ହୋଇଛି । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଭଦ୍ରକ ଶାଖାର ସଭାପତି ଇଂ ଅଖିଲ୍ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ଗାନ୍ଧୀ ବିଚାର ମଂଚର ସଭାପତି ଶାନ୍ତନୁ କୁମାର ରାଉତ, ବରିଷ୍ଠ ସମାଜସେବୀ ଏସ. ଏମ. ଫାରୁକ, ଫେଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ, ଅଧିବକ୍ତା ତୁଷାର ମହାନ୍ତି, ଅଧ୍ୟାପକ ନାସିର୍ ବକ୍ସ, ପ୍ରାଧ୍ୟାପିକା ରାଧାରାଣୀ ମହାପାତ୍ର, ଶିକ୍ଷୟତ୍ରୀ ରଶ୍ମିତା ଦାସ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ କସ୍ତୁରବା ଓ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀ ମାନଙ୍କ ଦ୍ୱାରା ଗାନ୍ଧୀଜୀଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା ଓ ଫେଲୋସିପ ସୌଜନ୍ୟରୁ ରାଷ୍ଟ୍ରମାତା କସ୍ତୁରବା ଗାନ୍ଧୀଙ୍କ ଜୀବନୀ ଓ ଲତାମଙ୍ଗେସକରଙ୍କ ଦ୍ୱାରା ଗାନ କରାଯାଇଥିବା ଗାନ୍ଧୀଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ତୋ…. ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା ।

ରାଷ୍ଟ୍ରମାତା କସ୍ତୁରବା ଗାନ୍ଧୀଙ୍କ ତ୍ୟାଗପୂତ ଜୀବନ ସମ୍ପର୍କରେ ଅତିଥି ମାନେ ବର୍ଣ୍ଣନା କରିବା ସହ ମହାତ୍ମାଗାନ୍ଧୀଙ୍କ ସତ୍ୟ, ଅହିଂସା, ଅସ୍ତେହ ପରି ୧୧ଗୋଟି ସଂକଳ୍ପକୁ ସମସ୍ତେ ଆପଣେଇବାକୁ ଆହ୍ୱାନ ଦେଇଥିଲେ । ମହାତ୍ମା ଗାନ୍ଧୀ ମୋହନରୁ ମହାତ୍ମା ହେବାରେ କସ୍ତୁରବାଙ୍କ ଅବଦାନ ଅତୁଳନୀୟ । ଗାନ୍ଧୀ ଓ କସ୍ତୁରବାଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ବକ୍ତାମାନେ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବୈଲୋଚନ ବେହୁରିଆ । ଏହି ସଭାରେ ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସ, ସୁଧାକର ରାଉତ, ଅଧିବକ୍ତା ମନୋରଞ୍ଜନ ମହାନ୍ତି, ଶକୁନ୍ତଳା ନାୟକ, ଡା. କିରଣ କୁମାର ଗୁଇଂ, ଲକ୍ଷ୍ମଣ କୁମାର ମହାନ୍ତି, ସନ୍ତୋଷ କୁମାର ମହାପାତ୍ର, ମୁସ୍ତାକ ଗୌହର, କାସିମ୍ ଖାଁ, ରବିନାରାୟଣ ଜେନା, ପ୍ରଫୁଲ୍ଲ କୁମାର ଦାସ, ଶକୁନ୍ତଳା ଦାସ, କୈଳାସ ଚନ୍ଦ୍ର ଦାସ, ପ୍ରଦ୍ୟୁମ୍ନ ସୁଆର, ଚକ୍ରଧର ମହାନ୍ତି, ଅନୁଆର୍ ହୋସେନ, ହରି ପ୍ରସାଦ ନନ୍ଦୀ, ଇତ୍ୟାଦି ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧିକ୍ଷକ ହୃଷିକେଶ ମହାନ୍ତି ସଂଯୋଜନା କରିଥିଲେ । ଶେଷରେ ଲକ୍ଷ୍ମୀକାନ୍ତ ବାରିକ ଓ ଗୀତାରାଣୀ ବାରିକଙ୍କ ସୌଜନ୍ୟରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।