Odiapua.com

ଗାନ୍ଧୀ ଜୟନ୍ତୀ : ୧୦ ଧାଡ଼ି, ଗାନ୍ଧୀଜୀ ସମ୍ବନ୍ଧୀୟ

ନୂଆଦିଲ୍ଲୀ ୨-୧୦ (ଓଡ଼ିଆ ପୁଅ) : ପ୍ରତିବର୍ଷ ଅକ୍ଟୋବର ୨ ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥାଏ। ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ଯଦି ମହାତ୍ମା ଗାନ୍ଧୀ ଏହି ଆନ୍ଦୋଳନରେ ନଥାନ୍ତେ, ତେବେ ଦେଶ ବ୍ରିଟିଶମାନଙ୍କ କବଳରୁ ମୁକ୍ତ ହୋଇନଥାନ୍ତା। ଏହି ଆନ୍ଦୋଳନ ପାଇଁ ‘ଅହିଂସା’ର ପଥ ଅନୁସରଣ କରିଥିବା ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ପ୍ରଭାବିତ କରିଥିଲେ। ତାଙ୍କ ମତକୁ ସମ୍ମାନ ଜଣାଇ ପ୍ରତିବର୍ଷ ୨ ଅକ୍ଟୋବରରେ ଆନ୍ତର୍ଜାତୀୟ ଅହିଂସା ଦିବସ ପାଳନ କରାଯାଇଥାଏ। ଗାନ୍ଧିଜୀଙ୍କ ଜୀବନ ଏକ ଦର୍ଶନ ଅଟେ। ତାଙ୍କ ଜୀବନ ସହିତ ଜଡିତ ଅନେକ କାହାଣୀ ଅଛି ଯାହା ଲୋକଙ୍କୁ ପ୍ରେରଣା ଦେଇଥାଏ। ଆସନ୍ତୁ, ଗାନ୍ଧିଜୀଙ୍କ ସମ୍ବନ୍ଧୀୟ କିଛି ଜାଣିବା-

– ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ଚାରୋଟି ମହାଦେଶର ୧୨ ଟି ଦେଶର ନାଗରିକମାନେ ସଂଗଠିତ ହୋଇଥିଲେ।
– ମହାତ୍ମା ଗାନ୍ଧୀଙ୍କୁ ପାଞ୍ଚ ଥର ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।
– ଗାନ୍ଧୀଙ୍କ ମୃତ୍ୟୁର ୨୧ ବର୍ଷ ପରେ ବ୍ରିଟେନ ତାଙ୍କ ନାମରେ ଏକ ଷ୍ଟାମ୍ପ ଜାରି କରିଥିଲା। ବ୍ରିଟିଶମାନଙ୍କ ବିରୋଧରେ ଗାନ୍ଧୀ ନିଜର ଆନ୍ଦୋଳନ ଆରମ୍ଭ କରିଥିଲେ।
– ମହାତ୍ମା ଗାନ୍ଧୀଙ୍କ ଦେହାନ୍ତ ପରେ ତାଙ୍କର ଶେଷଯାତ୍ରା ଆଠ କିଲୋମିଟର ପର୍ଯ୍ୟନ୍ତ ଲମ୍ବି ଥିଲା।
– ଗାନ୍ଧୀ ତାଙ୍କ ସମୟର କିମ୍ବଦନ୍ତୀ ବ୍ୟକ୍ତିତ୍ତ୍ୱ ଟଲଷ୍ଟୟ, ଆଇନଷ୍ଟାଇନ, ହିଟଲର ଏବଂ ଚାର୍ଲି ଚାପଲିନଙ୍କ ସହ ପତ୍ରବିନିମୟ କରୁଥିଲେ।
– ଭାରତ ବାହାରେ ୪୮ ଟି ରାସ୍ତା ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ।
– ଆପଲ୍ କମ୍ପାନୀର ସିଇଓ ଷ୍ଟିଭ୍ ଜବ୍ସ ମଧ୍ୟ ଗାନ୍ଧିଜୀଙ୍କ ପରି ଚଷମା ପିନ୍ଧନ୍ତି। ଏହା ଗାନ୍ଧିଜୀଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି।
– ୧୯୩୪ ମସିହାରେ, ଭାଗଲପୁରରେ ହୋଇଥିବା ଭୂକମ୍ପରେ ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ସେ ତାଙ୍କ ଅଟୋଗ୍ରାଫ୍ ପାଇଁ ପାଞ୍ଚ ଟଙ୍କା ନେଇଥିଲେ।
– ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଟାଗୋର ଗାନ୍ଧିଜୀଙ୍କୁ ମହାତ୍ମା ଆଖ୍ୟା ପ୍ରଦାନ କରିଥିଲେ।
– ଯେତେବେଳେ ଦେଶ ସ୍ୱାଧୀନତା ପାଇଲା ସେତେବେଳେ ଗାନ୍ଧିଜୀ ଦିଲ୍ଲୀରେ ନଥିଲେ। ସେ କୋଲକାତାରେ ଥିଲେ।