Odiapua.com

ଗାନ୍ଧୀ ଓ ଗାନ୍ଧିବାଦ ଚିର ଅମର

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମହାତ୍ମାଗାନ୍ଧୀ ବିଚାରମଞ୍ଚ, ଭଦ୍ରକ ତରଫରୁ ଅହିଂସ ପୁରୁଷ ମହାତ୍ମାଗାନ୍ଧୀଙ୍କର ୭୪ତମ ମହାପ୍ରୟାଣ ଦିବସ ତଥା ଶହିଦ୍ ଦିସବ ସ୍ଥାନୀୟ ନିତ୍ୟାନନ୍ଦ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରାତଃ କାଳରେ ଗାନ୍ଧିପଡ଼ିଆ ସଫେଇ କରାଯିବା ସହିତ ଗାନ୍ଧୀଙ୍କ ପ୍ରତିମୂ୍‌ର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଆୟୋଜିତ ସ୍ମୃତିସଭାରେ ସଭାପତି ଶାନ୍ତନୁ କମୁାର ରାଉତ ପୌରୋହିତ୍ୟ କରିଥିଲେ। ମୁଖ୍ୟଅତିଥି ଭାବେ ଫୁଲମତୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରଫୁଲ୍ଳ କୁମାର ସାହୁ ଏବଂ ମୁଖ୍ୟବକ୍ତା ଭାବେ ଚରମ୍ପା ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡକ୍ଟର ସୁକାନ୍ତି ମହାପାତ୍ର ଗାନ୍ଧି ଓ ଗାନ୍ଧିବାଦ ଚିର ଅମର ବୋଲି ବକ୍ତବ୍ୟ ରଖିଥିଲେ। କବି ଗୌତମ ମହାରଣା ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ପ୍ରାରମ୍ଭିକ ସୂଚନା ଡକ୍ଟର ରାଧାରାଣୀ ମହାପାତ୍ର, ଅତିଥି ପରିଚୟ ଡ. ଗୋଲକ ବିହାରୀ ସାହୁ, ସଂପାଦକୀୟ ବିବରଣୀ ପାଠ ସୁଧାକର ରାଉତ କରିଥିଲେ। ସୁନାମଧନ୍ୟ ଶିକ୍ଷକ ନରେନ୍ଦ୍ର ନାଥ ଦାସ, ଡାକ୍ତର ସୁବାସ ଚନ୍ଦ୍ର ବିଶ୍ୱାଳ ଏବଂ ଡାକ୍ତର ସଂଗୀତା ବଳଙ୍କୁ ‘ମୁକ୍ତିକାନ୍ତ ଗୋସ୍ୱାମୀ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ମାନପତ୍ର ପାଠ କରିଥିଲେ କରୁଣାକର ଉପାଧ୍ୟାୟ, ଶକୁନ୍ତଳା ନାୟକ ଓ ବୈଲୋଚନ ବେହୁରିଆ। ଗାନ୍ଧୀ ବିଷୟ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଆର୍‌.ଏସ୍‌. ଅମୃତା, ଦିୟାସ୍ମିତା ପରିଡ଼ା ଓ ଯାଜ୍ଞସେନୀ ପଣ୍ଡାଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଡାକ୍ତର ହରେକୃଷ୍ଣ ନାୟକ, କ୍ଷୀରୋଦ କୁମାର ମିଶ୍ର, କୈଳାସ ଚନ୍ଦ୍ର ପଣ୍ଡା, ଅଜିତ କୁମାର ନାୟକ, ହରମୋହନ କୁଅଁର, କୈଳାସ ଚନ୍ଦ୍ର ନାୟକ, ପରମାନନ୍ଦ ସାହୁ, ଆଦିତ୍ୟ କୁମାର ଗୋସ୍ୱାମୀ, ଗୌରାଙ୍ଗ ଚରଣ ବାରିକ, କାଶୀନାଥ ସାହୁ, ପ୍ରତାପ ଚନ୍ଦ୍ର ଦଳେଇ, ଉଦୟନାଥ ମହାନ୍ତି, ଆଦିତ୍ୟ କୁମାର ନାୟକ, ବାଦଲ ମହାପାତ୍ର, ବିନୟ କୁମାର ପଣ୍ଡଶ, ଗୀତାରାଣୀ ଆଇଚ, ମନୀନ୍ଦ୍ର ମହାନ୍ତି, ଅଶୋକ କୁମାର ଦାସ, ଶଶଧର ନାୟକ, ଭାଗବତ ତ୍ରିପାଠୀ, ରଜତ କୁମାର ସାହୁ, ରାଜକିଶୋର ସାହୁ, ଅରବିନ୍ଦ ବସନ୍ତରାୟ ପ୍ରମୁଖ ପରିଚାଳନା କରିଥିଲେ। ଗାନ୍ଧୀ ଓଡ଼ିଶା ବାଳାଶ୍ରମର ଛାତ୍ରଛାତ୍ରୀମାନେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ପରିବେଷଣ କରିଥିଲେ। ଶେଷରେ ଧନ୍ୟବାଦ ଦେଇଥିଲେ ସଂଗଠନ ବାବୁଲାଲ ଦାସ।