ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ ଆଗରପଡ଼ାରେ ବିଶିଷ୍ଠ ସମାଜସେବୀ ତଥା ଗାନ୍ଧୀବାଦୀ ନେତା ରାମନାରାୟଣ ରାୟଙ୍କ ୯୨ ତମ ଜନ୍ମ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ଭଦ୍ରକର ପୂର୍ବତନ ପୌରପାଳ ଇଂ ପ୍ରୟାସ କାନ୍ତି ସାମଲ , ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡେଇ, ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ନନ୍ଦ ଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି ଓ ବରିଷ୍ଟ ନେତୃତ୍ୱ ଉପସ୍ଥିତ ଥିଲେ। ଇଂ ଶ୍ରୀ ସାମଲ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ରାୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ଅବସରରେ ତାଙ୍କଭଳି ଜଣେ ଗାନ୍ଧିବାଦୀ ଓ ବିଶିଷ୍ଟ ସମାଜସେବୀଙ୍କ ଆବଶ୍ୟକତା ବର୍ତମାନର ସମାଜ ପାଇଁ ରହିଥିବାର କହିଥିଲେ। ଏବଂ ଆଜିର ଯୁବପିଢି ତାଙ୍କର ନିଷ୍ଠା ଓ ଆଦର୍ଶକୁ ପାଥେୟ କରି ସମାଜସେବାରେ ନିଜକୁ ସାମିଲ କଲେ ପ୍ରକୃତ ରାମରାଜ୍ୟ ପ୍ରତିଷ୍ଠା ହୋଇପାରିବ ବୋଲି ଆହ୍ୱାନ ଦେଇଥିଲେ।