Odiapua.com

ଗାନ୍ଧୀଙ୍କ ପ୍ରଥମ ଓଡ଼ିଶାଗସ୍ତ ଶତ ବାର୍ଷିକ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଓ କମିଟି ଗଠନ

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ରାଷ୍ଟ୍ରମାତା କସ୍ତୁରବାଙ୍କ ସହିତ ୧୯୨୧ ମାର୍ଚ୍ଚ ମାସ ୨୫ ତାରିଖରେ ଭଦ୍ରକ ଆସିଥିଲେ । ରେଳ ଷ୍ଟେସନରୁ ବିରାଟ ଶୋଭାଯାତ୍ରାରେ ଯାଇ ଓକିଲ, ବ୍ୟବସାୟୀଙ୍କ ସହିତ ଆଲୋଚନା ପରେ ଗାନ୍ଧୀ ପଡ଼ିଆଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ । ଏହା ବ୍ୟତୀତ ଗାନ୍ଧିଜୀ ବିଭିନ୍ନ ସମୟରେ ଭଦ୍ରକକୁ ଆହୁରି ୩ଥର ଗସ୍ତ କରିଥିଲେ । ତେବେ ଏହି ସବୁକୁ ମିଶାଇ ଗାନ୍ଧିଜୀ ଭଦ୍ରକରେ ମୋଟ ୯ଦିନ ରହଣି କରିଥିଲେ । ଏହି ସମସ୍ତ ସ୍ମୃତିକୁ ବହନ କରୁଥିବାରୁ ଭଦ୍ରକରେ ଜିଲ୍ଲା ବ୍ୟାପୀ ୨୦୨୧ ମାର୍ଚ୍ଚ ୨୫ ତାରିଖରୁ ୨୦୨୨ ମାର୍ଚ୍ଚ ୨୪ତାରିଖ ପର୍ଯ୍ୟନ୍ତ ବର୍ଷ ତମାମ ପାଳନ କରାଯିବ । ଏଥି ନିମନ୍ତେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଭଦ୍ରକ ଶାଖା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଭାଗବତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ଅଧିବକ୍ତା ତଥା ସମାଜସେବୀ ନିରାକାର ଜେନା ପୌରୋହିତ୍ୟ କରିଥିଲେ । ଉକ୍ତ ବୈଠକରେ ବାସୁଦେବପୁର, ଚାନ୍ଦବାଲି, ତିହିଡ଼ି, ଭଣ୍ଡାରିପୋଖରୀ, ବନ୍ତ, ଆଗରପଡ଼ା, ଭଦ୍ରକ ପ୍ରଭୃତି ଅଞ୍ଚଳର ଗାନ୍ଧୀବାଦୀ ଅନୁଷ୍ଠାନ, ଗାନ୍ଧୀପ୍ରେମୀ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ପ୍ରାଥମିକ କାର୍ଯ୍ୟକ୍ରମରେ ମାର୍ଚ୍ଚ ୨୫ ତାରିଖରେ ସକାଳ ୮ଟା ସମୟରେ ଏକ ବିରାଟ ଶୋଭାଯାତ୍ରା ଭଦ୍ରକ ରେଳ ଷ୍ଟେସନରୁ ବାହାରି ସହର ପରିକ୍ରମା କରିବା ପରେ ଗାନ୍ଧୀପଡ଼ିଆରେ ପହଞ୍ଚିବ ସେଠାରେ ଏକ ସଭା ଅନୁଷ୍ଠିତ ହେବା ସହିତ ଗାନ୍ଧୀବାଦୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

ଏଥି ନିମନ୍ତେ ଏକ କମିଟି ଗଠନ ହୋଇଛି । କମିଟିର ଅଧ୍ୟକ୍ଷ ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ରହିଥିବା ବେଳେ ଉପାଧ୍ୟକ୍ଷ ଭାବେ ଭଦ୍ରକ ବିଧାୟକ ସଂଜିବ ମଲ୍ଳିକ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନିରାକାର ଜେନା, ଇଂ ଅଖିଳ କୁମାର ପାଢୀ, ଏସ୍‌.ଏମ୍‌. ଫାରୁକ, ଶାନ୍ତନୁ କୁମାର ରାଉତ, ସେକ୍ ଫିରୋଜ, ଅତିସ୍ ବେହେରା, କ୍ଷୀରୋଦ ଥାଟୋଇ, ବୈଲୋଚନ ଜେନା, ଅଜିତ ଦାସ, ପରମେଶ୍ୱର ବାରିକ, ତ୍ରିଲୋଚନ ପଣ୍ଡା, ଲକ୍ଷ୍ମୀପ୍ରିୟା ନାୟକ, ପବନ ଶର୍ମା, ଗୌରାଙ୍ଗ ପଣ୍ଡା, ଶିଶିର ମିଶ୍ର, ଅସରଫ୍ ଅଲ୍ଳୀ, ଦିଲିପ ମହାପାତ୍ର, ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ଅନ୍ନପୂର୍ଣ୍ଣା ସାହୁ, ବାବୁଲାଲ ଦାସ, କୁଳମଣି ବେହେରା, ସାହେଲ ଅହମ୍ମଦ, ଜୁଲଫିକର ଅଲ୍ଲୀ, ଲଲାଟେନ୍ଦୁ ମହାନ୍ତି, ନାସିର ବକ୍ସ, ଆଶିଷ ମହାନ୍ତି, ପ୍ରଦୀପ କୁମାର ନାୟକ, ପ୍ରକାଶଜ୍ୟୋତି ମହାକୁଡ, ସଂଗ୍ରାମ କେଶରୀ ମହାନ୍ତି, ଦିବ୍ୟସିଂହ ନାୟକ, ଚାରୁଲତା ମହାପାତ୍ର, ପୂର୍ବତନ ସାଂସଦ ମୁରଲୀଧର ଜେନା, ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସମ୍ପାଦକ ଉପେନ୍ଦ୍ର ପାଢୀ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ଜିଲ୍ଲା ସଂଯୋଜକ ଭାବେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ତୁଷାରକାନ୍ତି ମହାନ୍ତି ମନୋନୀତ ହୋଇଛନ୍ତି । ବୈଠକରେ ପ୍ରକାଶଜ୍ୟୋତି ମହାକୁଡ଼ ମଞ୍ଚ ଆବାହନ, ନାସିର ବକ୍ସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏସ୍‌.ଏମ. ଫାରୁକ ଧନ୍ୟବାଦ ଅର୍ପଣ କରିଥିଲେ । ନୂତନ କମିଟି ସଦସ୍ୟଙ୍କ ବ୍ୟତୀତ ଗିରିଧାରୀ ନାଥ, ଅକ୍ଷୟ ସାହୁୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବୈଠକକୁ ଲକ୍ଷ୍ମୀକାନ୍ତ ବାରିକ, ଅଶୋକ ଦ୍ୱିବେଦୀ, ବୈଲୋଚନ ବେହୁରିଆ, ଜାହରି ଖାଁ, ଅରୁଣ ପଣ୍ଡା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।