Odiapua.com

ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତ ବାର୍ଷିକୀ ପାଳନ ଅବସରରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତିର ପିତା ମହାତ୍ମା ଗାନ୍ଧୀ ଶହେ ବର୍ଷ ପୂର୍ବରୁ ଆଜିର ଦିନରେ ପ୍ରଥମ ଥର ପାଇଁ ଓଡ଼ିଶା ଆଗମନ କରିଥିଲେ । ଏହାକୁ ସ୍ମରଣୀୟ କରିବାକୁ ଯାଇ ରାଜ୍ୟ ସରକାର ବର୍ଷ ବ୍ୟାପୀ ପାଳନର ଆଜିଠାରୁ ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ପୌର ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୋଲେଖ ଚନ୍ଦ୍ର ବେହେରା, ଜିଲ୍ଳା ସଂସ୍କୃତି ଅଧିକାରିଣୀ ମନସ୍ୱିନୀ ରାଉତ ପ୍ରମୁଖ ଅଧିକାରୀଗଣ ଐତିହାସିକ ଗାନ୍ଧୀ ପଡ଼ିଆ, ମହତାବ କୋଠୀ, ଜିଲ୍ଲା ସ୍କୁଲ, ଭଦ୍ରକ ବ୍ଲକ ପରିସର ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଭଦ୍ରକ ଟାଉନ ହଲରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପ୍ରାୟୋଜିତ ଏବଂ ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଅଭିନୀତ ନାଟକ ‘ଗାନ୍ଧିଙ୍କ ଓଡ଼ିଶା’ ପ୍ରଦର୍ଶନ କରାଯାଇଥିଲା ।