ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୭୪ ତମ ମହାପ୍ରୟାଣ ଦିବସ ଓ ସହିଦ୍ ଦିବସ ଐତିହ ସମ୍ପର୍ଣ୍ଣ ଗାନ୍ଧୀ ବାଳାଶ୍ରମ ପରିସରରେ ସମାରୋହରେ ପାଳିତ ହୋଇଛି। ପ୍ରତ୍ୟୁଷରୁ ବାଳାଶ୍ରମର ଅନ୍ତେବାସୀମାନେ ସାଳନ୍ଦୀ ଘାଟରେ ମହାତ୍ମାଗାନ୍ଧୀ ଏବଂ ଅମର ସହିଦ୍ ମାନଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରିଥିଲେ। ଦିନ ୧୧ ଘଟିକା ସମୟରେ ଦେଶ ପାଇଁ ଆତ୍ମବଳି ଦେଇଥିବା ଅମର ସହିଦ୍ ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସମ୍ପାଦକ ଅଶୋକ କୁମାର ଦାସଙ୍କ ପୌରହିତ୍ୟରେ କୋଭିଡ୍ ନିୟମ ଅନୁଯାୟୀ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ସଭାପ୍ରାରମ୍ଭରେ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀମାନେ ଗାନ୍ଧୀଜୀଙ୍କର ପ୍ରିୟ ଭଜନ ଗାନ କରିଥିଲେ। ବରିଷ୍ଠ ଶିକ୍ଷାବିତ୍ ମନୋରମା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ପ୍ରାରମ୍ଭରେ ସମ୍ପାଦକ ଅଶୋକ ଦାସ ଅତିଥି ପରିଚୟ ଦେବା ସହ ଏହି ଦିବସଟିର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସତ୍ୟ ଓ ଅହିଂସାର ପୂଜାରୀ ଜାତିର ଜନକ ମହାତ୍ମାଗାନ୍ଧୀଙ୍କର ବରିଷ୍ଠ ନେତୃତ୍ୱରେ ଭାରତବର୍ଷ ସ୍ୱାଧୀନତା ଲାଭ କରିଥିବାବେଳେ ସେହି ଭାରତବର୍ଷର ଜଣେ ବ୍ୟକ୍ତିଙ୍କ ଦ୍ୱାରା ଗୁଳିବିଦ୍ଧ ହୋଇ ମୃତ୍ୟୁବରଣ କରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଅଭିହିତ କରିଥିଲେ। ସତ୍ୟ, ଅହିଂସା, ସର୍ବୋଦୟ, ସତ୍ୟାଗ୍ରହ ପରି ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଆମେ ଅନୁପ୍ରାଣିତ ହେଲେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇପାରିବ ବୋଲି କହିଥିଲେ। ଆଜି ମଧ୍ୟ ମହାତ୍ମାଗାନ୍ଧୀଙ୍କ କଳ୍ପିତ ରାମରାଜ୍ୟ ସ୍ୱପ୍ନ ଅଧୁରା ହୋଇ ରହିଛି, ରାମ କିଏ ରହିମ କିଏ, କୃଷ୍ଣ କିଏ କରିମ୍ କିଏ ସର୍ବପରି ଏହି ଧର୍ମ ନିରପେକ୍ଷ ରାଷ୍ଟ୍ରରେ ସମସ୍ତେ ସମାନ। ମହାତ୍ମାଗାନ୍ଧୀଙ୍କ ଦର୍ଶନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଆଦର୍ଶ ଓ ସମୃଦ୍ଧଶାଳୀ ରାଷ୍ଟ୍ର ଗଠନରେ ବ୍ରତୀ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ମହାତ୍ମାଗାନ୍ଧୀଙ୍କ ‘ଟୋଚିତ୍ର ଆଙ୍କିଥିବା ବାଳାଶ୍ରମର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଏହି ପ୍ରାର୍ଥନା ସଭାରେ ଝରଣା ଦାସ, ସସ୍ମିତା ମଲ୍ଲିକ, ପ୍ରତିମା ସାହୁ, ପ୍ରଜ୍ଞାଶ୍ରୀ ଦାସ, ଚନ୍ଦନ ସାହୁ, ଅରବିନ୍ଦ ସେଠୀ, ରାମନାରାୟଣ ପଣ୍ଡା, ଶ୍ରୀକାନ୍ତ ବିଶ୍ୱାଳ ଆଦି ଉପସ୍ଥିତ ଥିଲେ। ପରିଶେଷରେ ଅଧିକ୍ଷକ ହୃଷିକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱର୍ଗତ ଧନେଶ୍ୱର ସାହୁ ସ୍ମୃତି ସସଂଦ ତର‘ରୁ ସମସ୍ତ ଅନ୍ତେବାସୀଙ୍କୁ ମିଷ୍ଟାନ ବନ୍ଟନ କରାଯାଇଥିଲା।