Odiapua.com

ଗାନ୍ଧିବାଦୀ ପଦ୍ମଶ୍ରୀ ଏସ୍‌ଏନ ସୁବାରାଓଙ୍କ ସ୍ମୃତିସଭା

ନୟାଗଡ଼, ୨୯ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଏସ୍‌.ଏନ୍‌.ସୁବାରାଓଙ୍କ ସ୍ମୃତିରେ ତ୍ରିନାଥ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ତଥା ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ବିଶିଷ୍ଟ ସମାଜସେବୀ ଦାମୋଦର ସାହୁ, ଅରୁଣ କୁମାର ମହାନ୍ତି, ସନ୍ତୋଷ କୁମାର ପ୍ରଧାନ, ପ୍ରଦୀପ କୁମାର ସାହୁ, ସାମ୍ବାଦିକ ଶୁଭେନ୍ଦୁ ଦାଶ, ପରମେଶ୍ୱର ସାହୁ, ସଞ୍ଜୟ ନାୟକ, ତାପସ ରଂଜନ ମାର୍ଥା, ସାହିତ୍ୟିକ ଚନ୍ଦ୍ରବିଜୟୀ ମିଶ୍ର, ଆଶୁଷୋତ ଦାସ, ଜ୍ୟୋତି ରଂଜନ ମହାପାତ୍ର ପ୍ରମୁଖ ଯୋଗଦେଇ ପଦ୍ମଶ୍ରୀ ସୁବାରାଓଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହିତ ଯୁବକମାନୁ ଜାତୀୟତା ଆନ୍ଦୋଳନର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ତାଙ୍କର ଭୂମିକା ସର୍ବାଗ୍ରେ ଉଚ୍ଚ ପ୍ରଶଂସିତ ବୋଲି କହିବା ସହିତ ତାଙ୍କର ଅତୁଳନୀୟ ଅବଦାନକୁ ଯୁବ ସମାଜ ଭୁଲିବାର ନୁହେଁ ବୋଲି କହିଥିଲେ। ଏହି ପରିପ୍ରେକ୍ଷିରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ହେବା ସହିିତ ପଦ୍ମଶ୍ରୀ ସୁବାରାଓଙ୍କ ସ୍ମତି ଉଦ୍ଦେଶ୍ୟରେ ୨ମିନିଟ୍ ନୀରମ ପ୍ରାର୍ଥନା କରାଯାଇଥିଲା।