Odiapua.com

ଗାଧୋଇବା ବେଳେ ପୋଖରୀରେ ବୁଡି ବାଳିକା ମୃତ

ବଡ଼ବିଲ, ତା ୯ ମେ (ଓଡ଼ିଆ ପୁଅ/ସୀତାରାମ ଦିଖିତ) କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଡଙ୍କୁରି ଗ୍ରାମର ମାୟାଧର ସାଙ୍କ ଝିଅ ମୋନାଲିସା ସା(୧୭ ) ଆଜି ୧୦ଘଟିକା ସମୟରେ ଗ୍ରାମ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ଗାଧେଉ ଥିବାବେଳେ ଭୁଲ ବସତ ପୋଖରୀର ଗଭୀର ପାଣି ଭିତକୁ ପଶିଯାଇଥିଲେ, ଫଳରେ ସେଠାରେ ବୁଡି ଯାଇଥିଲେ। ପାଖରେ ଥିବା ଲୋକମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୋନାଲିସାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କର ମୃତ୍ୟୁ ଘଟିଛି ବୋଲି ଘୋଷଣା କରିଛନ୍ତି। ଘଟଣାର ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।