Odiapua.com

ଗାଡି ଧକ୍କାରେ ଶିଶୁ ଗୁରୁତର, ସହାୟତା ଦେବାକୁ କହି ଛୁ ମାରିଲା ଡ୍ରାଇଭର

ହାଟଡିହି, ୧୨ । ୭ : (ଓଡିଆପୁଅ) ଏକ କାର ଧକ୍କାରେ ଜଣେ ୪ବର୍ଷର ଶିଶୁ ଗୁରୁତର ଆହତ ହୋଇଥିବାବେଳେ ସାହାଯ୍ୟ କରିବାର ପ୍ରତିଶୃତି ଦେଇ ଛୁ ମାରିଛି ଗାଡି ଚାଳକ । ଏନେଇ ଶିଶୁର ବାପା ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗରୁ ଜଣାଯାଇଛି ଯେ ଗତ ୩ତାରିଖ ଦିନ ଓରାଳି ଶାଳଣିଆଁ ରାସ୍ତାରେ ଓଡି୦୧ଜେଡ ୧୧୩୩ ନମ୍ବର ବିଶିଷ୍ଟ ଏକ କାର ଦ୍ରୁତଗତିରେ ଯାଉଥବବାବେଳେ ରାସ୍ତାରେ ଯାଉଥିବା ସୁରଥ ଚନ୍ଦ୍ର ପତିଙ୍କ ସହ ଯାଉଥିବା ୪ବର୍ଷର ଶିଶୁ ସୌମ୍ୟ ରଞ୍ଜନକୁ ଧକ୍କା ଦେଇଥିଲା । ତାର ଦୁଇଟିଯାକ ଗୋଡରେ ଗଭୀର କ୍ଷତ ହୋଇଥିଲା । ପ୍ରଚୁର ରକ୍ତଶ୍ରାବ ଦେଖି ବାପ ସୁରଥ ବେହୋସ ହୋଇପଡିଥିବାବେଳେ ସ୍ଥାନୀୟ ଲୋକମାନେ ଶିଶୁପୁତ୍ରଟିକୁ ତୁରନ୍ତ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଦେଇଥିଲେ । ଗାଡି ଚାଳକ ଶିଶୁର ଚିକିତ୍ସା ପାଇଁ ଯାହା ଖର୍ଚ୍ଚ ହେବ ତାହା ଭଦ୍ରଲୋକଙ୍କ ଉପସ୍ଥିତିରେ ପ୍ରତିଶୃତି ଦେଇ ପଳାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଯୋଗଯୋଗ କରିବାରୁ ସେ ଧମକ ଚମକ ଦେବାସହିତ ଗାଳି ଗୁଲଜ କରିବାରୁ ଆହତ ଶିଶୁର ବାପା ସୁରଥ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ।