Odiapua.com

ଗାଡି ଦୁର୍ଘଟଣାରେ ମୃତପରିବାରଙ୍କୁ ୫ଲକ୍ଷ ଟଙ୍କା ଲେଖା ଆର୍ଥିକ ସହାୟତା ଦାବିନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଜିଲ୍ଲା ଆଦିବାସୀ ସଂଘ

ମାଲକାନଗିରି, ୨୨ା୨(ଓଡିଆ ପୁଅ )ଗତ୧୧ତାରିଖରେ ମାଥିଲି ବ୍ଲକରେ ଆୟୋଜିତ ଉଜ୍ଜଳା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଗାଡି ଓଲଟି ୫ଜଣଙ୍କର ମୃତ୍ୟୁ ଘଟିବାସହିତ ୧୫ଜଣ ଆହତ ହୋଇଥିଲେ। ମୃତ୫ଜଣ ପରିବାରଙ୍କୁ ୫ଲକ୍ଷ ଓ ଆହତ ୧୫ଜଣ ପରିବାରଙ୍କୁ ଏକ ଲକ୍ଷ ଲେଖା ଟଙ୍କା ଆର୍ଥିକ ସହାୟାତା ଯୋଗାଇଦେବା ଦାବିନେଇ ମାଲକାନଗିରି ଜିଲ୍ଲାଆଦିବାସୀ ସଂଘର ସଭାପତି ବାଲରାଜୁ ଗେମେଲ, ସଂପାଦକ କମଲସାଇ ମାଝୀ ଙ୍କ ସହିତ ଆଦିବାସୀ ସଂଘର ଅନ୍ୟାନ କର୍ମକର୍ତା ଓ ଦୁର୍ଘଟଣାରେ ମୃତ ଆହତ ପରିବାରର ସଦସ୍ୟ ମାନେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କୁ ଭେଟି ଦରଖାସ୍ତ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଗତ ୧୧ତାରିଖ ଦିନ ମାଥିଲି ଥାନାସ୍ଥ ପାଙ୍ଗାମ, ପାତ୍ରପୁଟ, ସିରାଗୁଡା ଗ୍ରାମର ପ୍ରାୟ୨୦ରୁ ଉର୍ଦ୍ଦ ଆଦିବାସୀ ମହିଳା ଓ ପୁରଷ ଏକ ପିକଅପ ଭ୍ୟାନନେ ବୋଝେଇ ହୋଇ ମାଥିଲି ଠାରେ ଆୟୋଜିତ ଉଜ୍ଜଳା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ପାଙ୍ଗାମ ପଚାଂୟତ ନିକଟ ବର୍ତି ସଲପପଦର ରାସ୍ତାରେ ଉକ୍ତଗାଡିଟି ଓଲଟି ପଡିଥିଲା। ଘଟଣାସ୍ଥଳରେ ଦୁଇଜଣ ପୁରୁଷ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମହିଳା ଓ ଓ ଶିଶୁଙ୍କର ଡାକ୍ତରଖାନାରେ ମୃତ୍ୟୁଘଟିଥିଲା। ଏହି ଦୁର୍ଘଟଣାରେ ୧୫ଜଣ ଆହତ ହୋଇ ମାଲକାନଗିରି, କୋରାପୁଟ. ମାଥିଲି ହସପିଟାଲରେ ଚିକିତ୍ସିତ ହେଉଥିଲେ। ମୃତପରିବାରଙ୍କୁ ରାଜ୍ୟସରକାର ମାତ୍ର ୨ଲକ୍ଷ ଲେଖା ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଘୋଷଣାକରିଥିବା ବେଳେ ଆହତ ମାନଙ୍କ ପାଇଁ କୌଣସି ଆର୍ଥିକ ସହାୟତା ଘୋଷଣା କରିନାହାଁନ୍ତି। ମୃତ ଓ ଆହତ ପରିବାର ସମସ୍ତ ଗରିବ ଆଦିବାସୀ ସଂପ୍ରଦାୟର ସେମାନେ ଘରକୁ ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କମୃତ୍ୟୁରେ ପରିବାର ନିସହାୟ ହୋଇପଡିଛନ୍ତି।୨ଲକ୍ଷଟଙ୍କା ସେମାନଙ୍କ ପରିବାରକୁ ସମୁଦ୍ରକୁ ଶଙ୍ଖେପାଣି ସଦୃଶ୍ୟ ହୋଇପଡିଛି। ତେଣୁ ୫ଜଣ ମୃତ ପରିବାରଙ୍କୁ ୫ଲକ୍ଷ ଲେଖା ଟଙ୍କା ଓ ଆହତ ମାନେ ବିକଳାଙ୍ଗ ହୋଇ ଯାଇଥିବାରୁ ସେମାନଙ୍କ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ଏକ ଲକ୍ଷ ଲେଖା ଟଙ୍କା ଆର୍ଥିକ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲାଆଦିବାସୀ ସଂଘ ଜିଲ୍ଲାପାଳଙ୍କ ନିକଟରେ ଦାବିକରିଛନ୍ତି। ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ସେମାନଙ୍କ ଦାବିପତ୍ର ଗ୍ରହଣ କରି ବାସହିତ ଏ ସଂପର୍କରେ ସେ ରାଜ୍ୟସରକାର ଙ୍କୁ ଅବଗତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।