ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତ ଅଧୀନ ଗାଜିପୁର ଗ୍ରାମରେ ଲଷ୍ମୀନାରାୟଣପୂଜା ବେଶ୍ ଧୁମ୍ଧାମ୍ରେ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ପୂଜା ମଣ୍ଡପ ନିକଟରେ ପ୍ରତିଦିନ ପାଲା ଅନୁଷ୍ଠିତ ହେଉଥିବା ବେଳେ ଗୁରୁବାର ଏକ ନାଟକ ମଞ୍ଚସ୍ଥ କରାଯାଇଛି । ଗ୍ରାମର ଯୁବ ଗୋଷ୍ଠୀ ଓ ଯୁବ କଳାକାର ମାନେ ନିଜ ପ୍ରଚେଷ୍ଟାରେ ଗ୍ରାମର ବହୁ ଦିନର ସ୍ୱପ୍ନ ନୀଳ ମାଧବ ଅପେରା ଦ୍ୱାରା ନାଟକ ମଞ୍ଚସ୍ଥ କରାଯାଇଥିଲା । ଏଥିସହିତ ଯୁବ ଗୋଷ୍ଠୀ ଶ୍ରୀଶ୍ରୀ ଲଷ୍ମୀ ନାରାୟଣ ପୂଜା କମିଟିର ସଭାପତି ରବୀନ୍ଦ୍ର ସାହୁ, ଉପସଭାପତି କାହ୍ନୁ ଚରଣ ସାହୁ, ସମ୍ପାଦକ ସୁରେନ୍ଦ୍ର କଣ୍ଡାର, ସହ ସମ୍ପାଦକ ହୃଷିକେଶ ଖାମୁରାଇ, କୋଷାଧକ୍ଷ ପରମାନନ୍ଦ ସାହୁ, ସଦସ୍ୟ ଭୀମ ଚରଣ ସାହୁ, ଉପେନ୍ଦ୍ର ଖାମୁରାଇ, କୈଳାଶ ଚନ୍ଦ୍ର ମହାନ୍ତି, ଅର୍ଜୁନ ଚରଣ ସାହୁ, ଭୀମ ଚରଣ ସାହୁ, ପ୍ରତାପ କୁମାର ସାହୁ, ମାନସ ରଞ୍ଜନ ସାହୁ, ରବିନାରାୟଣ ସାହୁ କ୍ଷ ଏତଦ ବ୍ୟତୀତ ଗାଜିପୁର ଗ୍ରାମର ଶିକ୍ଷାବିତ ଓ ସମାଜସେବୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ୨୧ ବର୍ଷ ପୂର୍ବରୁ ଗ୍ରାମର ଯୁବ କଳାକାର ମାନଙ୍କୁ ନେଇ ଏଠାରେ ନାଟକ ପରିବେଷଣ କରାଯାଇ ଆସୁଛି । ପ୍ରତାପ କୁମାର ସାହୁ, ଦୀପକ କୁମାର ମହାନ୍ତି, ସନ୍ତୋଷ କୁମାର ସାହୁ, ଗଜେନ୍ଦ୍ର କଣ୍ଡାର, ମାନସ ଜେନା, ବଳରାମ ଜେନା, ମନୋଜ କୁମାର ସାହୁ, ଦିବାକର ଖାମୁରାଇ, ଅଜୟ ମହାନ୍ତି, ପ୍ରତାପ କୁମାର ସାହୁ, ଭାଗିରଥି ସାହୁ, ସଞ୍ଜୟ କୁମାର ସାହୁ, ଦୀପକ କୁମାର ଖାମୁରାଇ ନାଟକ ପରିବେଷଣ ପାଇଁ ସହଯୋଜ କରିଥିଲେ । କଳାକାର ମାନଙ୍କୁ ବାବୁ ବିଶ୍ୱାଳ ଏବଂ ରବୀନ୍ଦ୍ର ଜେନା ଶୁଭେଚ୍ଛା ଜଣାଇଛନ୍ତି ।