Odiapua.com

ଗାଁ ରାସ୍ତାରେ ଯୁବକଙ୍କୁ ଲଣ୍ଡାକରି ଜୋତାମାଳ – ପାଣି ମାଗିବାରୁ ମିଳିଲା ପରିସ୍ରା : ଜିଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଇନ୍‌କୁ ହାତକୁ ନେବାର କାହାରି ଅଧିକାର ନାହିଁ। ଏପରି କ୍ଷେତ୍ରରେ ଗତକାଲି ତିହିଡି ଥାନା ଅଧୀନ ବାଉଁଶବାଗ ଗ୍ରାମରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜନୈକ ଯୁବକଙ୍କୁ ଲଣ୍ଡାକରି ମୁହଁରେ ଚୂନକାଳି ମାରି ବେକରେ ଯୋତାମାଳ ପିନ୍ଧାଇ ଗ୍ରାମରେ ବୁଲାଇବା ସଂପ୍ରତି ଆଲୋଚନାର ବିଷୟ ହୋଇଛି। ଯୁବକଙ୍କ ସ୍ତ୍ରୀ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଗ୍ରାମର କିଛି ଲୋକ ସନ୍ଧ୍ୟା ୭ଟା ସମୟରେ ତାଙ୍କ ଘର ନିକଟରେ ପହଞ୍ôଚଥିଲେ। ଯୁବକ ଜଣକ ସେହି ସମୟରେ ଘରେ ପହଞ୍ôଚ ଟେଲିଭିଜନ୍ ଦେଖୁଥିଲେ। ଯୁବକଙ୍କ ଦାଣ୍ଡଘରେ ଥିବା ବାଇକ୍‌ଟିକୁ ଏହି ଉତ୍ତ୍ୟକ୍ତ ଲୋକେ ଘରୁ ବାହାରକୁ ନେଇ କଚାଡି ଭାଙ୍ଗି ଦେଇଥିଲେ। ପରେ ସଂପୃକ୍ତ ଯୁବକଙ୍କୁ ମାଡ ମାରି ଦୌଡିରେ ବାନ୍ଧି ଘୋଷାରି ଘୋଷାରି ଗାଁ ଆଡକୁ ନେଇଯାଇଥିଲେ। ଏପରିକି ପାଣି ପିଇବାକୁ ମାଗିବାରୁ ଯୁବକଙ୍କୁ ପରିସ୍ରା ଦିଆଯାଇଥିଲା। ଯୁବକଙ୍କୁ ପ୍ରଥମେ ଲଣ୍ଡା କରାଯାଇଥିଲା। ପରେ ମୁହଁରେ ଚୁନକାଳି ମରାଯାଇଥିଲା। ତାଙ୍କ ବେକରେ ଜୋତାମାଳ ପକାଇ ଗାଁ ପରିକ୍ରମା କରାଯାଇଥିଲା। ସ୍ୱାମୀଙ୍କର ମୋବାଇଲ୍ ଫୋନ୍ ଓ ଦଶ ହଜାର ଟଙ୍କା ମଧ୍ୟ ସେମାନେ ନେଇଯାଇଥିବାବେଳେ ସେ ଏହାର ପ୍ରତିବାଦ କରୁଥିବା ସମୟରେ ତାଙ୍କୁ ମଧ୍ୟ ମାଡ ମାରି ବେକରେ ଥିବା ସୁନାହାର, କାନଫୁଲ ଆଦି ନେଇଯାଇଛନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ଇଜ୍ଜତ ନେବା ପାଇଁ ପ୍ରୟାସ କରାଯାଇଥିଲା। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତିହିଡି ଥାନାର ତଦନ୍ତକାରୀ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ଜନୈକ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସଂପୃକ୍ତ ଯୁବକଙ୍କ ନାମରେ ଥାନାରେ ଏକ ମାମଲା ରୁଜୁ ହୋଇଛି।

ଏହି ଘଟଣାରେ ଯୁବକ ଜଣଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି। ଯୁବକଙ୍କୁ ଲଣ୍ଡାକରି ବୁଲାଇବା ଅଭିଯୋଗରେ ଆଉ ଏକ ମାମଲା ୧୭ ଜଣ ପୁରୁଷ ଓ ମହିଳାଙ୍କ ନାମରେ ରୁଜୁ କରାଯାଇଛି। ଆକ୍ରମଣ ଅଭିଯୋଗରେ ସଂପୃକ୍ତ ଯୁବକଙ୍କୁ ଗିରଫ କରାଯାଇଥିବାବେଳେ ମାନବାଧିକାର କ୍ଷୁର୍ଣ୍ଣ କରିଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ପୁଲିସ୍ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ଏପରି ଏକ ବର୍ବୋରଚିତ ଘଟଣାରେ କେହି କାହିଁକି ଗିରଫ ହୋଇନାହାଁନ୍ତି, ସେ ସଂପର୍କରେ ଜାଣିବା ପାଇଁ ତିହିଡି ଥାନା ଅଧିକାରୀ ରମେଶ ଚନ୍ଦ୍ର ସିଂଙ୍କ ସହ ଯୋଗାଯୋଗ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବୁ ବୋଲି ସେ କହିଛନ୍ତି। ତେବେ ଆଜି ଜିଲାପାଳ ଜ୍ଞାନ ଦାସଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଛି।