Odiapua.com

ଗାଁ ପୋଖରୀରେ ବୁଡ଼ି ଯୁବକ ମୃତ

ପାଲଲହଡା(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ):  ଅନୁଗୋଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଖମାର ଥାନା ଅଧିନସ୍ଥ ବଡ଼ସଡା ପଞ୍ଚାୟତ କୁରୁମୁଳା ଗାଁର ରୁଦ୍ର ନାଏକ (୫୦) ଗାଁ ପୋଖରୀରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି।ସୂଚନା ଅନୁଯାୟୀ ରୁଦ୍ର ନାଏକ ଜମିରୁ କାମ କରି ସାରି ପ୍ରାୟ  ୨ଟା ବେଳେ ନିଜ ଗାଁରେ ଥିବା ପଞ୍ଚାୟତ ପୋଖରୀକୁ ଗାଧୋଇବା ଯାଇଥିଲେ।ଗାଧୋଇବା ସମୟରେ ସେ ଗଭୀର ପାଣିରେ ବୁଡ଼ି ଯାଇଥିଲେ।ଅନ୍ୟ ତୁଠରେ ଗାଧୋଉଥିବା ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ।ଖବର ପାଇ ପାଳଲହଡା ଦମକଳ ବାହିନୀ ତାଙ୍କୁ ଗୁରୁତର ଅବସ୍ଥାରେ ପାଳଲହଡା ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l