Odiapua.com

ଗାଁସାଥୀ(ମେଟ୍‌)ଙ୍କ ହାଇକୋର୍ଟ ଅର୍ଡ଼ରକୁ ଜିଲ୍ଲା ସ୍ତରରେ ସଠିକ୍ କାର୍ଯ୍ୟକାରୀ ଓ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ରାଜ୍ୟସ୍ତରରେ ତୁରନ୍ତ ଆଲୋଚନା ଦାବିରେ ରାଜ୍ୟ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାଁସାଥୀ(ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ରାଜ୍ୟ ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସୀତାରାମ କଲ୍ୟାଣ ମଣ୍ଡପରେ ଏକ ଦିନିକିଆ ରାଜ୍ୟ-ସ୍ତରୀୟ ସାଂଗଠନିକ କର୍ମଶାଳା ଓ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏଠାରେ ବିଶେଷ ଭାବରେ ଦୁଇଟି ପ୍ରସଂଗ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ପ୍ରଥମତଃ ଉକ୍ତ ରାଜ୍ୟ ସଂଘ ତରଫରୁ ଓଡ଼ିଶା ହାଇକୋର୍ଟରେ ଦାୟର ହୋଇଥିବା ଦୁଇଟି ମାମଲା ଯଥା ଡବ୍ଲୁ ପି ସି ନଂ: ୨୪୮୪୦ ଓ ୨୪୮୭୨ର ମଧ୍ୟବର୍ତି କାଳୀନ ନିର୍ଦ୍ଦେଶକୁ ମାନି ଓଡ଼ିଶାର ସମସ୍ତ ଜିଲ୍ଲାପାଳ ଆଜ୍ଞା ମାନେ ଏହି ଦୁଇ ମାମଲାର ଶେଷ ରାୟର ଫଳାଫଳ ପ୍ରକାଶ ପର୍ଯ୍ୟନ୍ତ ବର୍ତମାନ ସ୍ଥିତରେ ରାଜ୍ୟ ପି.ଆର୍‌. ଏଣ୍ଡ ଡି ଡବ୍ଲୁ ବିଭାଗର ଚିଠି ନଂ: ୧୬୯୯୬ ଅନୁସାରେ ଚାଲିଥିବା ଗ୍ରାମ ରୋଜଗାର ସେବକ (ଜି.ଆର୍‌.ଏସ୍‌.) ପୋଷ୍ଟର ଚୁଡ଼ାନ୍ତ ନିଯୁକ୍ତିପତ୍ର ପ୍ରଦାନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ହୁଅନ୍ତା ବୋଲି ସେହି କୋର୍ଟ ଅର୍ଡର ଅନୁଯାଇ ସଂଘର ସଭାପତି ଶ୍ରୀ ବିଶ୍ୱାଳ ଓ ସାଧାରଣ ସମ୍ପାଦକ ଶ୍ରୀ ବିବେକାନନ୍ଦ ଠାକୁର ଗଣମାଧ୍ୟମରେ ରାଜ୍ୟ ପଂଚାୟତିରାଜ ବିଭାଗର ପଦାଧିକାରୀ ଓ ଓଡ଼ିଶାର ୩୦ ଜିଲ୍ଲାର ଜିଲ୍ଲାପାଳ ଆଜ୍ଞା ମାନଙ୍କ ସ୍ପଷ୍ଟଭାବେ ନିବେଦନ ଜଣାଉଛନ୍ତି। ଏଥି ସହିତ ରାଜ୍ୟ ସରକାରଙ୍କ ପୂର୍ବ ପ୍ରତିଶୃତି ଅନୁଯାଇ ଚଳିତ ବର୍ଷ ଦଶହରା ପରେ ପରେ ଖୁବ୍ ଶିଘ୍ର ସଂଘର ପ୍ରତିନିଧି ଦଳଙ୍କୁ ଡାକି ଭୁବନେଶ୍ୱର ସ୍ଥିତ ଲୋକ ସେବା ଭବନ ସ୍ଥିତ ପଂଚାୟତିରାଜ ମନ୍ତ୍ରୀଙ୍କ ଦପ୍ତରରେ ଏକ ବିଧିବଦ୍ଧ ଆଲୋଚନା ଆଧାରରେ ରାଜ୍ୟରେ ନ୍ୟାୟଆଶାୟୀ ସମସ୍ତ ଲିଗାଲ୍ ଗାଁସାଥୀ(ମେଟ୍‌) ମାନଙ୍କୁ ମାସିକ ଦଶ ହଜାରରୁ ଅଧିକ ଅର୍ଥ ବ୍ୟବସ୍ଥା କରିବା ପାଇଁ ବର୍ତମାନର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପଂଚାୟତିରାଜ ମନ୍ତ୍ରୀଙ୍କୁ ସଂଘ ତରଫରୁ ନମ୍ର ନିବେଦନ ଜଣାଇଦିଆଯାଇଛି। ଆଗାମୀ ୧ସପ୍ତାହ ମଧ୍ୟରେ ଓଡ଼ିଶାର ଏହି ଜୋନ୍‌ରେ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ସହିତ କୋର୍ଟ ଅର୍ଡର ଓ ଅନ୍ୟାନ ଦାବି ଦେବା ପାଇଁ ଯୋଜନା କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ସହିତ ସାଧାରଣ ସମ୍ପାଦକ ଶ୍ରୀ ଠାକୁର୍‌, ରାଜ୍ୟ ଉପ ସଭାନେତ୍ରୀ ଶ୍ରୀମତୀ ନୟନା ନାୟକ, ଗାଁସାଥୀ ସଂଗଠକ ମଙ୍ଗୁଳୁ ରଣା, ପତାପ ଦାଳଇ, ଗଦାଧର ଶିକା, କରୁଣାକର କିସ୍କୁ, ଅନାମ ଚରଣ ରାଉତ, ଗୀତାଞ୍ଜଳି ମିଶ୍ର, କନକଲତା ଦାସ, ଝରଣା ଜେନା, ନିରୁପମା ମିଶ୍ର, ଶଶଧର ସେଠୀ, ଖଗେଶ୍ୱର ଜେନା, ଦୈପଦ ବାଗ୍‌, ଚିତରଂଜନ ଶଙ୍ଖୁଆ, ବିକାଶ ସାହୁ, ହରେଶ ଖୁଂଟିଆ, ବିମଳ ନାୟକ, ସୁବାଷ ବେହେରା, ତେଜରାଜ ଭୋଇ, ଅନୁପମା ଜେନା, ଗିରିଶ୍ ଚନ୍ଦ୍ର ଦାସ, ମନୋଜ ପାଢ଼ୀ, ପ୍ରମୋଦ ସାମଲ, ଅର୍ଜୁନ ମଣ୍ଡଳ, ରବିନ୍ଦ୍ର ମାଝୀ, ଅକ୍ଷୟ ଜେନା, ମୀନାରାଣି ଦାସ, ଚୈତନ୍ୟ ଦାସ, ବିଶ୍ୱନାଥ ରାଉତ, ମନୋରଂଜନ ବଳ, ବିଭୁତି ଖଣ୍ଡାଇ, ବୈଷ୍ଣବ ଦାସ, ଅଭୟ ସ୍ୱାଇଁ, ଶଶିକଳା ସ୍ୱାଇଁ, ମିନତି ମହାନ୍ତି, ଶାନ୍ତନୁ ସେନାପତି, ସୁଶାନ୍ତ ଜେନା, ମନ୍ମଥ ବେହେରା, ପ୍ରଫୁଲ୍ଲ ସ୍ୱାଇଁ, ଅକ୍ଷୟ ଭୋଇ ଓ ରାଜ୍ୟର ୩୦ଜିଲ୍ଲାରୁ ଆସିଥିବା ଅନ୍ୟ ଶତାଧିକ ସଂଖ୍ୟାରେ ଗାଁସାଥୀ(ମେଟ୍‌) ଉପସ୍ଥିତ ଥିଲେ।