Odiapua.com

ଗାଁରେ ପହଁଚିଲା ନାହିଁ ଆମ୍ବୁଲାନ୍ସ, ୫କିଲୋମିଟର ଜଙ୍ଗଲ ରାସ୍ତାରେ ଚାଲି ଚାଲି ଗର୍ଭବତୀ ପହଁଚିଲେ ଡାକ୍ତରଖାନାରେ

ମାଲକାନଗିରି,୧୨ା୧୦ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାରେ ପୁଣି ଦେଖାଦେଇଛି ଜନନୀ ଯନ୍ତ୍ରଣା,ଗର୍ଭବତୀ ମହିଳାଙ୍କୁ ହସପିଟାଲ ନେବାକୁ ଆମ୍ବୁଲାନ୍ସ ମିଳିଲା ନାହିଁ ବାଧ୍ୟହୋଇ ଗର୍ଭବତୀ ମହିଳା ୫କିଲୋମିଟର ଜଙ୍ଗଲରାସ୍ତାରେ ଚାଲିଚାଲି ହସପିଟାଲରେ ପହଁଚିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ।ଆଜି ସକାଳେ ଚିତ୍ରକୋଣ୍ଡା ବ୍ଲକସ୍ଥ କରଜିଂଆଗୁଡା ଗ୍ରାମର ମଲାଲି ସିସା ଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ତାଙ୍କପରିବାର ଲୋକେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ ,ବହୁ ସମୟ ଅପେକ୍ଷା କରିବା ପରେ ଗାଁ ରେ ଆମ୍ବୁଲାନ୍ସ ପହଁଚି ପାରିନଥିଲା । ମହିଳାଙ୍କ ଗର୍ଭ ଯନ୍ତ୍ରଣା ବେଳକୁ ବେଳ ବଢିବାରୁ ଉପାୟ ଶୂନ୍ୟହୋଇ ମହିଳାଙ୍କ ପରିବାର ଲୋକେ ଗର୍ଭବତୀ ଙ୍କୁ ବାଧ୍ୟ ହୋଇ ୫କିଲୋମିଟର ରାସ୍ତା ଚଲାଇ ଚଲାଇ ନେଇ ଚିତ୍ରକୋଣ୍ଡା ହସପିଟାଲରେ ପହଁଚାଇଥିଲେ । ସେଠାରେ ଗର୍ଭବତୀ ମହିଳାଙ୍କୁ ମା ଗୃହରେ ରଖା ଯାଇ ଚିକିତ୍ସାର ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ଓ ରାଜ୍ୟସରକାର ଡିଜିଟାଲ ଇଣ୍ଡିଆ ଓ ଗାଁ ଗାଁରେ ଇଟଂରନେଟ ସେବା ଯୋଗାଇ ଦିଆଯାଇଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏବେ ବି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ୪୦୦ରୁ ଉର୍ଦ୍ଦ ଗାଁକୁ ଭଲ ଭଲରାସ୍ତାଟିଏ ନାହିଁ । ଡିଜିଟାଲ ଇଣ୍ଡିଆ ଓ ଇଟଂରନେଟ ସେବା କଥାକୁ କିଏ ପଚାରୁଛି । ସେ ସବୁଅଚଂଳର ବିକାଶର ଧାରାରେ ପ୍ରତିବନ୍ଧକ ସାଜିଛି ରାସ୍ତା । ଅପହଁଚ ଇଲାକାର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ସ୍ୱପ୍ନପାଲଟିଛି ।