Odiapua.com

ଗହଗା ପାଟରେ ୧୪ହଜାର ହେକ୍ଟର ଚାଷଜମି ଜଳମଗ୍ନ ହେଉଥିବା ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା ୧୪/୯(ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଏବଂ ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବଛରାଇ, ବନ୍ଧକଟା, ଆଖୁଆଦକ୍ଷୀଣୀ ଓ ପରକୁଳା ପ୍ରଭୃତି ୧୫ଟି ଗ୍ରାମପଂଚାୟତର ଗହଗାପାଟରେ ପ୍ରତ୍ୟେକବର୍ଷ ସ୍ୱଳ୍ପ ମାତ୍ର ବର୍ଷାରେ ପ୍ରାୟ ୧୪ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ସୋମବାର ବଛରାଇ ଓ ବନ୍ଧକଟା ପଂଚାୟତର କେତେକ ଚାଷୀ ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ନିଜେ ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ସହିତ ସଂପୃକ୍ତ ଅଂଚଳ ପରିଦର୍ଶନକରି ସେହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି। ବିଜେପି ସଭାପତି ଶ୍ରୀ ପଣ୍ଡାଙ୍କ ସମେତ ଅବିନାଶ ସ୍ୱାଇଁ, ସୈାମ୍ୟରଞ୍ଜନ ଦାସ, ଅଲ୍ୟଳ ଦାସ, ଦେବାଶିଷ ସ୍ୱାଇଁ, ସତ୍ୟଜିତ ସ୍ୱାଇଁ, ଭିକାରୀ ନାୟକ, ସୈାଭାଗ୍ୟବ୍ରତ ଦାସ ଓ ହୃଷିକେଶ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ।