Odiapua.com

ଗର୍ଭସ୍ଥ ଶିଶୁର ଲିଙ୍କ ନିରୂପଣକୁ ନିଷେଦ୍ଧ କରୁଥିବା ପିସି ଆଣ୍ଡ ପିଏନଡିଟି ଆଇନକୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରଦ୍ଦ କରିନାହିଁ

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣକୁ ନିଷିଦ୍ଧ କରିବା ଲାଗି ଉଦ୍ଦିଷ୍ଟ ପିସି ଆଣ୍ଡ ପିଏନଡିଟି ଆଇନକୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରଦ୍ଦ କରିନାହିଁ। ପ୍ରତ୍ୟେକ ଅଲଟ୍ରାସାଉଣ୍ଡ କ୍ଲିନିକ, ଜେନେଟିକ କାଉନସେଲିଂ ସେଣ୍ଟର, ଜେନେଟିକ ଲାବୋରୋଟୋରି, ଜେନେଟିକ କ୍ଲିନିକ ଏବଂ ଇମେଜିଂ ସେଣ୍ଟରଗୁଡ଼ିକ ଆଇନ ଅନୁଯାୟୀ ଦୈନନ୍ଦିନ ରେକର୍ଡ ରଖିବେ ବୋଲି ପୁଣିଥରେ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। କେବଳ ରିପୋର୍ଟ ଦାଖଲ କରିବାର ଧାର୍ଯ୍ୟ ସମୟସୀମାକୁ ୩୦ ଜୁନ, ୨୦୨୦କୁ ବଢ଼ାଇ ଦିଆଯାଇଛି। ପିସି ଆଣ୍ଡ ପିଏନଡିଟି ଆଇନର ବ୍ୟବସ୍ଥା ଅନୁପାଳନ (ନିଦାନ କେନ୍ଦ୍ରଗୁଡ଼ିକ ପାଇଁ)ରେ କୌଣସି ଛାଡ଼ ଦିଆଯାଇନାହିଁ।