Odiapua.com

ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ଵର,୧୯/୦୯,(ଓଡ଼ିଆ ପୁଅ ପି ନାଏକ): ଜଣେ ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହାଛଡା  ପାଣି ମାଗିବାରୁ ଦୁର୍ବୃତ୍ତ ଜଣକ ମହିଳାଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ଶିଙ୍ଗାଖୁଣ୍ଟା ଅଞ୍ଚଳର ଜଣେ ୭ମାସର ଗର୍ଭବତୀ ଦୁଇ ନଣନ୍ଦଙ୍କ ସହ ଘରେ ଶୋଇଥିଲେ । ଗାଁର ଜଣେ ଯୁବକ କୁମ୍ପାଣ୍ଡର ନାୟକ ପୂର୍ବ ରାଗ ସୁଝାଇବାକୁ ଯାଇ ଗର୍ଭବତୀଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ପରେ ପୀଡ଼ିତାଙ୍କ ପରିବାରଲୋକେ ତାଙ୍କୁ ରକ୍ଷା କରିବା ପାଇଁ ଯିବାରୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଧମକ ଦେଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି।