Odiapua.com

ଗର୍ଭବତୀ ମହିଳାଙ୍କୁ କାଠ ଫାଳିଆରେ ଆକ୍ରମଣ : ଭିଡିଓ ଭାଇରାଲ

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ନୁହେଁ ୨ ଜଣ ନୁହେଁ ପଲେ ହେବ ପୁରୁଷ ଲୋକ କାଠଫାଳିଆ ଆଉ ଗୋଇଠା ପରେ ଗୋଇଠା ମାରି ଚାଲିଛନ୍ତି ଅତ୍ୟନ୍ତ ଅମାନବୀୟ ତଥା କାପୁରୁଷପଣିଆରେ ଜଣେ ଗର୍ଭବତୀ ମହିଳାଙ୍କୁ । ଦେଖାଣହାରି ଏ ଦେଖିବାର ମଜ୍ଜା ନେଉଛନ୍ତି । ଶିକ୍ଷା, ସଭ୍ୟତା, ମାନବିକତା, ସଚେତନତା, ଆଦର୍ଶ, ଅନ୍ୟାୟର ପ୍ରତିରୋଧ, ସ୍ଥାନ-କାଳ-ପାତ୍ର ସବୁକିଛି ଏଠି ଫେଲ୍ ମାରିଯାଇଛି ଯେପରି । ଏ ସମୟରେ ସାମାଜିକ ଦୂରତା ଆଉ କରୋନା କଟକଣା କଥା ପଚାରେ ବା କିଏ! ଏଇଟା ଆଜ୍ଞା ଆମେ କହୁନୁ, ଭାଇରାଲ ହୋଇଥିବା ଭିଡିଓ କହୁଛି । ଘଟଣାରୁ ପ୍ରକାଶ ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ବିରୋଳି ଶାସନରେ ଘଟିଛି ଏପରି ଅଭାବନୀୟ ଘଟଣା । ସାମାନ୍ୟ ଘର ନିର୍ମାଣର ବଚସାକୁ ନେଇ ଘଟିଛି ଏ ଅମାନବୀୟ କାର୍ଯ୍ୟ । ଜଣେ ଗର୍ଭବତୀ ମହିଳାଙ୍କୁ ଏକାଧିକ ପୁରୁଷ ନିତ୍ୟାନ୍ତ ବିବେକଶୂନ୍ୟ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଗର୍ଭବତୀ ମହିଳାଙ୍କୁ କାନ୍ଥରେ ଆଉଜେଇ ବେକରେ ବାଉଁଶ ଜାବ ପକାଇ ରଖିବା ସହ ପେଟକୁ ଗୋଇଠା ପରେ ଗୋଇଠା ମାରିଚାଲିଛନ୍ତି ପୁଣି କାଠ ଫାଳିଆରେ ବି ମାରିବାକୁ ସାମାନ୍ୟତମ ଦ୍ୱିଧା ପ୍ରକାଶ କରିନାହାଁନ୍ତି । କାଠ ଫାଳିଆରେ ପିଟି ମୁଣ୍ଡକୁ ଫଟାଇ ଦେଇଥିବା ବେଳେ କୌଣସି ପ୍ରକାର ଉଦ୍ଧାର ହୋଇ ମହିଳା ଜଣକ ଭଣ୍ଡାରିପୋଖରୀ ଥାନାରେ ଏ ସଂପର୍କରେ ଅଭିଯୋଗ କରିଥିବାର ଜଣାଯାଇଛି । ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କ ପରିବାରର ଲୋକେ ତାଙ୍କୁ ତୁରନ୍ତ ନେଇ ଯାଜପୁର ଜିଲା ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ଅଭିଯୋଗ ଆଧାରରେ ଭଣ୍ଡାରିପୋଖରୀ ପୁଲିସ୍ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବାର ଜଣାଯାଇଛି । ସାମାନ୍ୟ ଘର ନିର୍ମାଣକୁ ନେଇ ଅମାନବୀୟ କାଣ୍ଡ । ଜଣେ ଗର୍ଭବତୀ ମହିଳାଙ୍କୁ ଏକାଧିକ ପୁରୁଷ ମରଣାନ୍ତକ ଆକ୍ରମଣ କରିଛନ୍ତି । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ୍‌ର ବିରୋଳି ଶାସନରେ ଏହି ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ ଗର୍ଭବତୀଙ୍କୁ କାନ୍ଥରେ ଆଉଜେଇ ବେକରେ ବାଉଁଶ ଚାପି ରଖିବା ସହ ପେଟକୁ ଗୋଇଠା ପରେ ଗୋଇଠା ମାରି ଚାଲିଛନ୍ତି । ଏପରିକି ମହିଳାଙ୍କ ମୁଣ୍ଡକୁ କାଠ ଫାଳିଆରେ ପିଟି ଫଟାଇ ଦେଇଛନ୍ତି । ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ଘଟଣା ସଂପର୍କରେ ପୀଡିତା ମହିଳା ଜଣକ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ପରିବାର ଲୋକେ ତାଙ୍କୁ ଯାଜପୁର ଜିଲା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ଭଣ୍ଡାରିପୋଖରୀ ପୁଲିସ୍ ।