Odiapua.com

ଗରିବ ଛାତ୍ରୀଙ୍କୁ କଲେଜରେ ନାମ ଲେଖାଇ ସାଇକେଲ ଯୋଗାଇଲେ ସମାଜ ସେବୀ

ମାଲକାନଗିରି ,୨୭ା୭(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ଅନେକ ମେଧାବି ଛାତ୍ର ଛାତ୍ରୀ ଅର୍ଥଅଭାବରୁ ଉଚ୍ଚଶିକ୍ଷା ଲାଭକରିପାରୁ ନଥିବାର ଦେଖିବାକୁ ମିଳିଛି । ଏପରି ଜଣେ ଗରିବ ଛାତ୍ରୀ ଫାଷ୍ଟ ଡିଭିଜନରେ ମାଟ୍ରୀକ ପାସ କରିଥିବା ବେଳେ ସେ କଲେଜରେ ପାଠପଡିବା ପାଇଁ ତାଙ୍କନିକଟରେ ଅର୍ଥ ନଥିବାର ଜାଣିପାରି ଦୁଇଜଣ ସମାଜସେବି ରାଜା ଓ ରୌମ୍ୟରଜଂନ ତାଙ୍କୁ କଲେଜରେ ନାମଲେଖାଇ ବା ସହିତ ଏକ ଲେଡିଜ ସାଇକେଲ ଯୋଗଇଦେଇ ଥିବାର ଜଣାପଡିଛି । ମାଲକାନଗିରି ବ୍ଲକସ୍ଥ ଏମଭି୩ ଗ୍ରାମର ରବିନ୍ଦ୍ର ନାଥ ମୁର୍ମୁଙ୍କ ଝିଅ ସ୍ନେହଲତା ମୁର୍ମୁ ସ୍ଥାନୀୟ ଏମଭି୭ ଜଗନ୍ନାଥପଲି ହାଇସ୍କୁଲରେ ଫାଷ୍ଟ ଡିଭିଜନରେ ମାଟ୍ରୀକ ପାସକରିଥିଲେ । ଅର୍ଥଅଭାବରୁ ସେ କଲେଜରେ ପାଠପଢିବାରୁ ବଚିଂତ ଥିଲେ । ଏ ସଂପର୍କରେ ବିଦ୍ୟାଳୟର ପ୍ରଧନଶିକ୍ଷକ ଏ.ଇଶ୍ୱର ରାଓ ମାଲକାନଗିରି ର ସମାଜ ସେବୀ କେ.କେଶୁରାଜା ଆଚାରୀ ଓ କିସ ସଂସ୍ଥାର ମାଲକାନଗିରି ଜିଲ୍ଲା ସଂଯୋଜକ ମରୌମ୍ୟରଜଂନ ପରିଡାଙ୍କୁ ଜଣାଇଥିଲେ । ଏହି ଦୁଇଜଣ ସମାଜସେବୀ ଭୁବନେଶ୍ୱର ର କିସ୍ କଲେଜରେ ସ୍ନେହ ଲତା ଙ୍କ ନାମଲେଖାଇ ଦେଇଥିଲେ । କରୋନା କଟକଣାପାଇଁ କଲେଜ ବନ୍ଦ ଥିବାରୁ ସ୍ନେହଲତା ଘରକୁ ଫେରି ଆସିଥିଲେ । ସେ ଖାଲିଟାରେ ଘରେ ବସିବା ଅପେକ୍ଷା କମ୍ପ୍ୟୁଟର ଶିକ୍ଷା କରିବା ପାଇଁ ତାଙ୍କର ଆଗ୍ରହ ହେଲା,ହେଲେ ଘରଠାରୁ ପ୍ରାୟ୭ କିଲୋମିଟର ରାସ୍ତା ଝିଅପିଲା ଚାଲି ଚାଲି ଆସି କମ୍ପ୍ୟୁଟର ସିଖୁଥିବାର ଦେଖି ସମାଜ ସେବୀ ରାଜା ସୋମବାର ଦିନ ସ୍ନେହ ଲତାଙ୍କୁ କମ୍ପ୍ୟୁଟର କ୍ଲାସ କରିବା ପାଇଁ ଏକ ନୁଆ ଲେଡିଜ ସାଇକେଲ ଯୋଗାଇ ଦେଇଛନ୍ତି । ଜଣେ ଗରିବ ଛାତ୍ରୀଙ୍କୁ ସମାଜସେବୀ ସହାୟତା ଯୋଗାଇବା କଥା ଶୁଣି ରାଜ ସାଇକେଲ ମାର୍ଟର ମାଲିକ ମୋହନ ଲାଲା ଛତ୍ରୀ ଲାଭ ନରଖି ସାଇକେଲଟିକୁ ହୋଲସେଲ ରେଟରେ ଦେଇଥିଲେ । ସମାଜସେବୀ ରାଜା ଜଣେ ଆନ୍ତର୍ଜାତୀୟ ପୁରସ୍କୃତ ସୁନାମଧନ୍ୟ ଆର୍ଟିଷ୍ଟି ,ସେ ସୁନ୍ଦର ସୁନ୍ଦର ଆର୍ଟକରି ରାଜ୍ୟ,ଆନ୍ତରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ଥର ପୁରସ୍କୃତ ହୋଇଛନ୍ତି । ତାଙ୍କୁ ଜିଲ୍ଲାବାସୀ ରାଜା ଆର୍ଟ ନାମରେ ଜାଣନ୍ତି । ଜିଲ୍ଲାବାସୀ ଓ ଛାତ୍ର ଛାତ୍ରୀ ମାନେ ରେଳଗାଡି, ପ୍ଲେନ ଦେଖି ନଥିବା ବେଳେ ରାଜା ବିଭିନ୍ନ ବିଦ୍ୟାଳୟ କାନ୍ଥରେ ଅବିକଳ ରେଳଗାଡି ବଗି ରେ ପାଠପଡିବା, ପ୍ଲେନରେ ଛାତ୍ର ଛାତ୍ରୀ ମାନେ ଉଡିବା ଆଦି ସୁନ୍ଦର ଆର୍ଟକରି ଉଚ୍ଚପ୍ରଶଂସିତ ହୋଇଥିଲେ । ସେ ପୁବ ର୍ରୁ ମଧ୍ୟ ଏଭଳି ଲୋକମାନଙ୍କୁ ସହାଯ୍ୟ କରିବା ସହ ସେବାମନୋବୃତି ନେଇ କାମକରି ବେଶ ପ୍ରଶଂସିତ ହୋଇସାରିଛନ୍ତି । ଜଣେ ଗରିବ ଆଦିବାସୀ ଛାତ୍ରୀ ଙ୍କୁ ପାଠପଢାଇ ବାରେ ସହଯୋଗ କରିବାସହିତ ତାଙ୍କୁ ନୁଆ ସାଇକେଲଟିଏ କିଣି ଯୋଗାଇ ଦେଇଥିବାରୁ ରାଜାଙ୍କୁ ସାଧାରଣରେ ପ୍ରଶଂସାର କରାଯାଇଛି ।