Odiapua.com

ଗରିବ ଛାତ୍ରବୃତି ପାଇବାକୁ ୧୪ ଛାତ୍ରଛାତ୍ରୀ ମନୋନୀତ

ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଦକ୍ଷିଣ ରାଉରକେଲା ଅଂଚଳର ଜଲଦା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ରାଂଟୋ ବିରକେରା ପରୀକ୍ଷା କେନ୍ଦ୍ରରେ ତୃତୀୟ ଶ୍ରେଣୀ ବୃତି ପରୀକ୍ଷା ଅନୁଷ୍ଠିତ କରାଯାଇଥିଲା। ଏଥିରେ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହାପରେ ସୁନ୍ଦରଗଡ଼ ଜିଲା ଶିକ୍ଷାଧିକାରୀଙ୍କ ଦ୍ୱାରା ଅନୁମୋଦିତ କରାଯାଇ ଫଳାଫଳ ଘୋଷଣା କରାଯାଇ ୭ ଜଣଙ୍କୁ ବୃତି ଓ ୭ ଜଣଙ୍କୁ ଗରିବ ଛାତ୍ରବୃତି ପ୍ରଦାନ କରାଯାଇଥିଲା। କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନେ ହେଲେ ପୁର୍ଣ୍ଣିମା ପ୍ରିୟଦର୍ଶନୀ ସାହୁ, ସେମøମ୍ୟରଂଜନ କର, ଅଂଶୁମାନ ମିଶ୍ର, ଅବିତି ଓରାମ, ଓମ ସ୍ୱରୂପ ବେହେରା, ପ୍ରିତମ ପଣ୍ଡା, ସନ୍ଦିପ ସିଂହ, ଲିପ୍ସିତା ମହାପାତ୍ର, ସାଗର ସିଂ, ଗୀତାଜଂଳି ସାହୁ, ଚେତନା ଭୂମିଜ, ଦିବ୍ୟ କେଉଁଟ, ରୁଦ୍ର ଚୌଧୁରୀ ଓ ରୋହିରିଙ୍କି ବରୁଆ। ଉକ୍ତ ଫଳାଫଳ ଘୋଷିତ ହେବାପରେ ଅଭିଭାବକ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିଲା। ଏହା ଫଳରେ ଗରୀବ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରିବେ।