Odiapua.com

ଗବସାହି ମା’ ତାରିଣୀ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ୭ ନଂ ୱାର୍ଡ ଗବସାହି ସ୍ଥିତ ମା’ ତାରିଣୀ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ୨ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। ଗୁରୁବାର ପ୍ରଥମ ଦିବସରେ ଶତାଧିକ ମହିଳା ସାଳନ୍ଦୀ ନଦୀଘାଟରୁ କଳସ ବୁଡାଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ। ସମସ୍ତ କଳସ ସ୍ଥାପନା ପରେ ପୂଜାରୀତି ଆରମ୍ଭ ହୋଇଥିଲା। କଳସ ସ୍ଥାପନ, ସୂର୍ଯ୍ୟପୂଜା, ଗ୍ରହଶାନ୍ତି, ମା’ଙ୍କ ଷୋଡଶ ପୂଜା ହୋଇଥିଲା। ପରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ଚଣ୍ଡୀପାଠ ରୀତିନୀତି ଅନୁଯାୟୀ ହୋଇଥିଲା। ଯଜ୍ଞ ମଣ୍ଡପରେ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି ଓ ତାଙ୍କ ଧର୍ମପତ୍ନୀ ଯୁଥିକା ପାଣୀ, ଉପସଭାପତି ସରୋଜ କୁମାର ରାଉଳ ଓ ତାଙ୍କ ଧର୍ମପତ୍ନୀ ସୁଭଦ୍ରା ରାଉଳ ବସିଥିଲେ। ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସକାଳ ଏବଂ ସନ୍ଧ୍ୟାରେ ମହା ଆଳତୀ ହୋଇଥିଲା। ଏହି ଅବସରରେ ନାମ ସଂକୀର୍ତନ ୨ ଦିନ ଧରି ଚାଲିଥିଲା। ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ୨ ଦିନ ଧରି ପ୍ରସାଦ ସେବନ ଦିଆଯାଇଥିଲା। ମାଆ ତାରିଣୀ ମନ୍ଦିର ପରିଚାଳନା କମିଟିର ସଭାପତି ଜଗବନ୍ଧୁ ପାଣି, ଉପସଭାପତି ସରୋଜ କୁମାର ରାଉଳ, ସମ୍ପାଦକ ଅନୁପ କୁମାର ସାହୁ, ସହ ସମ୍ପାଦକ ଜଗବନ୍ଧୁ ଜେନା, କୋଷାଧ୍ୟକ୍ଷ୍ୟ ନରେନ୍ଦ୍ର କୁମାର ଦାସ, ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି, ଉପଦେଷ୍ଟା ହରେକୃଷ୍ଣ ଦାସ, ରାଜେନ୍ଦ୍ର ଜେନା, ରାଜେଶ ଦାସ, ଅକ୍ଷୟ କୁମାର ନାୟକ, ରାମହରି ଜେନା, ଦାଶରଥି ଜେନା, ଅଶୋକ ଜେନା ଓ ସମସ୍ତ ସଦସ୍ୟମାନେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ହୋଇ ମା’ଙ୍କ ଆଶୀର୍ବାଦ ନେଇଥିଲେ।