Odiapua.com

ଗତୀଶ୍ୱର ଡିଗ୍ରୀ କଲେଜରେ ସଂସ୍କୃତ ଦିବସ ପାଳିତ

ନୟାଗଡ଼, ୨ା୯(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତୀଶ୍ୱର ଡିଗ୍ରୀ କଲେଜରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସୁଶାନ୍ତ କୁମାର ମାଝିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାଳୟର ପ୍ରଫେସର ଡ.ସତ୍ୟନାରାୟଣ ଆଚାର୍ଯ୍ୟ ଯୋଗଦେଇଥିଲାବେଳେ ମୁଖ୍ୟବକ୍ତାଭାବେ ମାଡ୍ରାସ ବିଶ୍ୱବିଦ୍ୟାଳୟର ପୂର୍ବତନ ଦର୍ଶନ ବିଭାଗ ପ୍ରଫେସର ଡ.ନାରାୟଣ ମହାପାତ୍ର ଓ ସମ୍ମାନୀତ ଅତିଥିଭାବେ କବି ଗୋଦାବରୀଶ ମିଶ୍ର ଯୋଗଦେଇ ବୈଦିକ ସଂସ୍କୃତର ମହନୀୟତା ଉପରେ ଆଲୋକପାତ କରିଥିଲେ। ପରିଷଦର ସଭାପତି ତଥା ଶରଣକୁଳ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କ ୁମାର ରଥ, ସଂପାଦକ ରମେଶ ଦାଶ, ସଂସ୍କୃତ ଅଧ୍ୟାପକ ସତ୍ୟନାରାୟଣ ରଥ ଓ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ। ସଂସ୍କୃତ ବିଭାଗର ଅଧ୍ୟାପକ ସୁଶାନ୍ତ କୁମାର ମାଝି ଅତିଥି ପରିଚୟ ପତ୍ର ପ୍ରଦାନ କରିଥିଲାବେଳେ ସଂସ୍କତ ଅଧ୍ୟାପିକା ନମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।