Odiapua.com

ଗତୀଶ୍ୱର ଡିଗ୍ରୀ କଲେଜରେ ରକ୍ତଦାନ ଶିବିର

ନୟାଗଡ଼, ୨୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତୀଶ୍ୱର ଡିଗ୍ରୀ କଲେଜରେ ରେଡ଼କ୍ରସ ୟୁନିଟ୍ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ରେଡ଼କ୍ରସ ୟୁନିଟର କାଉନସିଲର ଅଧ୍ୟାପକ ସୁଶାନ୍ତ କୁମାର ମାଝିଙ୍କ ପରିଚାଳିତ ଏହି ଶିବିରକୁ ଅଧ୍ୟକ୍ଷ ସୁଶାନ୍ତ କୁମାର କର ଉଦ୍ ଘାଟନ କରିଥିବାବେଳେ କଲେଜ ରେଡ଼କ୍ରସ ୟୁନିଟ ଓ ଆମ ଓଡ଼ିଶା ସଂଗଠନର ମିଳିତ ସହଯୋଗରେ ହୋଇଥିବା ଏହି ଶିବିରରେ ବହୁ ଛାତ୍ରଛତ୍ରୀ ଆଗ୍ରହର ସହିତ ରକ୍ତଦାନ କରିଥିଲେ। ଏହି ଶିବିରରେ ୨୪ ୟୁୂନିଟ ରକ୍ତ ସଂଗ୍ରହ କରାଯାଇଥିଲା। କଲେଜର ଅଧ୍ୟାପକ, ଅଧ୍ୟାପିକା ତଥା ସମସ୍ତ କର୍ମଚାରୀମାନେ ଏଥିରେ ସହଯୋଗ କରିଥିବାବେଳେ ଅଧ୍ୟାପିକା ସୁଜାତା ନିଶଙ୍କରା, କ୍ରିଡ଼ା ଶିକ୍ଷକ ପ୍ରଶାନ୍ତ କୁମାର ବେହେରା, ଡେମୋନେଷ୍ଟ୍ରେଟର ବିଜୟ କୁମାର ବିଶ୍ୱାଳ, ବିଦ୍ୟାଧର ବଳବନ୍ତରା, ପାଣୁଚରଣ ରାଉତ, କୃଷ୍ଟଚନ୍ଦ୍ର ସେଠୀ, ତ୍ରିଲୋଚନ ପ୍ରଧାନ, ବିକାଶ ମହାରଣା, ମାନସ କୁମାର ବେହେରା ଓ ବହୁ ଛାତ୍ରଛାତ୍ରୀ ରକ୍ତ ଦାନ କରିଥିଲେ।