Odiapua.com

ଗଣେଶ ପୂଜା ଓ ଭାଲୁକାଣୀ ପୂଜାକୁ ବନ୍ଦ କଲା ପ୍ରଶାସନ

ହାଟଡିହି -୨୧। ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ)ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ କୌଣସି ସ୍ଥାନରେ ସାର୍ବଜନୀନ ଗଣେଶ ପୂଜା ଓ ଭାଲୁକାଣି ପୂଜା କଲେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମିଳିବାପରେ ଆଜି ହାଟଡିହି ବ୍ଲକ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସମସ୍ତ ପଞ୍ଚାୟତରେ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଣେଶପୂଜା ଓ ଭାଲୁକାଣି ପୂଜାପାଇଁ କୌଣସି ସ୍ଥାନରେ ୫ଜଣଙ୍କୁ ଉର୍ଦ୍ଧ ଲୋକ ଏକାଠି ଠିଆ ନହେବା ସହିତ କୌଣସି ମନ୍ଦିରରେ ମଧ୍ୟ ଭକ୍ତମାନଙ୍କ ପ୍ରବେଶ ଓ ପୂଜାକୁ ନିଷେଧ କରାଯାଇଛି। ସମସ୍ତ ସ୍କୁଲ କଲେଜରେ ଗଣେଶପୂଜା ବନ୍ଦ ରଖାଯାଇଥିବାବେଳେ ଭାଲୁକାଣି ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି। ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଲୋକମାନଙ୍କୁ ସତର୍କ କରାଇ ଦିଆଯାଇଛି। ଗାଁ ଗଣ୍ଡାରେ ଥିବା କ୍ଲବ ମାନଙ୍କରେ ମଧ୍ୟ ଚଳିତବର୍ଷ ପୂଜା ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ଏହି ନିୟମକୁ ନମାନନ୍ତି ତେବେ ଆଇନି ଅନୁସାରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଜୟଦେବ ଦାସ ସୂଚନା ଦେଇଛନ୍ତି।