Odiapua.com

ଗଣେଶ ଚନ୍ଦ୍ର ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଅନ୍ତର୍ଗତ ଛୟାଳସିଂହ ଗ୍ରାମ ପଂଚାୟତର ପଳସା ଗ୍ରାମ ଠାରେ ଆମ ସମସ୍ତଙ୍କ ହୃଦୟରେ ବସିଥିବା ଏକ ସମ୍ମାନିତ ବ୍ୟକ୍ତିତ୍ୱ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଗଣେଶ ପ୍ରସାଦ ପଣ୍ଡା ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରତିମୂର୍ତି ଉନ୍ମୋଚନ ଓ ସ୍ମୃତିଚାରଣ ସଭା ଗଭୀର ଶ୍ରଦ୍ଧା, ସମ୍ମାନ ଓ ଆତ୍ମୀୟତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତିମୟ ସଭାରେ ମୁଖ୍ୟ ଅତିଥି ଓ ବକ୍ତା ଭାବେ ଉପସ୍ଥିତ ଥିଲେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଣ୍ଡାରୀପୋଖରୀର ମାନ୍ୟବର ବିଧାୟକ ସଞ୍ଜୀବ କୁମାର ମଲ୍ଲିକ । ଅନ୍ୟମାନଙ୍କ ବହୁ ମାନ୍ୟଗଣ୍ୟ ଅତିଥି, ବୁଦ୍ଧିଜୀବୀ ବୃନ୍ଦ ଓ ଗଣେଶ ବାବୁଙ୍କୁ ହୃଦୟରୁ ଭଲପାଉଥିବା ଅଂଚଳବାସୀମାନେ ଉପସ୍ଥିତ ଥିଲେ। ସଭାର ପ୍ରତ୍ୟେକ ମୁହୂର୍ତ ଗଣେଶ ବାବୁଙ୍କର ସରଳ ଜୀବନ, ସମାଜ ପ୍ରତି ତାଙ୍କର ଅଟୁଟ ନିଷ୍ଠା ଓ ନିଷ୍କାମ ସେବାଭାବକୁ ସ୍ମରଣ କରାଇ ମନକୁ ଭାବଗମ୍ଭୀର କରିଥିଲା। ଶରୀରରେ ସେ ଆମ ମଧ୍ୟରେ ନଥିଲେ ମଧ୍ୟ, ତାଙ୍କର ସ୍ମୃତି, କର୍ମ ଓ ଆଦର୍ଶ ସଦା ଆମ ହୃଦୟରେ ଅମର ରହିବ।