Odiapua.com

ଗଣିଜାଙ୍ଗରେ ଭିନ୍ନକ୍ଷମ ଚିହ୍ନଟ ଶିବିର, ପଞ୍ଜିକୃତ କଲେ ୧୦୩, ପାଇବେ ଉପକରଣ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଗଣିଜାଙ୍ଗ ନେହେରୁ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଭିନ୍ନକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଛି । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ (ଏଆଇଡ଼ିପି) ଯୋଜନାରେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଏହି ଶିବିରର ଆୟୋଜନ କରାଯାଇଥିଲା । ରାଷ୍ଟ୍ରୀୟ ବୟୋଶ୍ରୀ (ଆରଭିଆଇ) ଯୋଜନାରେ ବିପିଏଲ ଶ୍ରେଣୀର ବରିଷ୍ଠ ନାଗରିକ ମାନଙ୍କ ସହାୟକ କୃତ୍ରିମ ଯନ୍ତ୍ରପାତି ଉପକରଣ ବଣ୍ଟନ ପାଇଁ ଏହା ସହାୟକ ହେବ । ଶିବିରରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦିପ କୁମାର ସେଠୀ, ସ୍ଥାନୀୟ ସରପଞ୍ଚ ରଶ୍ମିତା ସେଠୀ, ସମିତି ସଭ୍ୟ ମନୋରଞ୍ଜନ ସେଠୀ, ବିଜେଡ଼ି ପଞ୍ଚାୟତ ସଭାପତି ଭୀମସେନ ସାମଲ, ପୂର୍ବତନ ସରପଞ୍ଚ ରଞ୍ଜନ ସାହୁ , ବିପିନ ନାୟକ, ସତ୍ୟସାଧନ ବେଜ, ପ୍ରଣବ କିଶୋର ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ଉତ୍ସାହିତ କରିଥିଲେ ।

ଡ଼ଃ ଜିତେନ୍ଦ୍ର କୁମାର ସାହୁ, ଡ଼ଃ ବିଶ୍ୱରଞ୍ଜନ ମହାପାତ୍ର, ଡ଼ଃ ମୋନାଲିସା ସୁନ୍ଦର ରାଏ, ଡ଼ଃ କମଳା କାନ୍ତ ବାରିକ, ଡ଼ଃ ଅମିତ ଗୌତମ, ଡ଼ଃ ସୁଧିର କୁଅଁର, ଡ଼ଃ ଏସକେ ସାଖାଔତ ଅଲ୍ଲୀ ପ୍ରମୁଖ ଅସ୍ଥିଶଲ୍ୟ, ଦୃଷ୍ଟି ବାଧିତ, ଶ୍ରର୍ବଣ ବାଧିତ, ମାନସିକ ଅନଗ୍ରସର ଏବଂ ବରିଷ୍ଠ ନାଗରିକ ମାନଙ୍କ ପରୀକ୍ଷା କରିଥିଲେ । ଏହି ଶିବିରରେ ମୋଟ ୧୦୩ ଜଣ ପଞ୍ଜିକୃତ କରିଥିବା ବେଳେ ସେଥି ମଧ୍ୟରୁ ଅସ୍ଥିଶଲ୍ୟରେ ସର୍ବାଧିକ ୩୫ ଜଣ ଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ପଞ୍ଚାୟତର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ପଣ୍ଡା, ବୀରକିଶୋର ନାୟକ, ଅଶୋକ କୁମାର ସ୍ୱାଇଁ, ସମୀକ୍ଷା ତ୍ରିପାଠୀ, ଦେବେନ୍ଦ୍ର ଦଳାଇ, ଗ୍ରାମରୋଜଗାର ସେବକ ରବିନ୍ଦ୍ର ବେହେରା, ନିରାକାର ଘଡ଼େଇ ଓ ସାମାଜିକ ସୁରକ୍ଷା ବିଭାଗର ପଦ୍ମିନୀ ସିଂହ, ଚିନ୍ମୟ ବେହେରା ପ୍ରମୁଖ ଭିନ୍ନକ୍ଷମଙ୍କ ନାମ ପଞ୍ଜିକୃତ କରିଥିଲେ । ଆସନ୍ତା ଏକ ମାସ ମଧ୍ୟରେ ବିଭିନ୍ନ ବିଭାଗରେ ଚିହ୍ନଟ ଭିନ୍ନକ୍ଷମ ମାନଙ୍କୁ ଉପକରଣ ଯଥା ଟ୍ରାଇ ସାଇକେଲ, ହୁଇଲ ଚେୟାର, ଆଶାବାଡ଼ି, ଶ୍ରବଣ ଯନ୍ତ୍ର, ବ୍ରେଲି, ନକଲି ଅଙ୍ଗପ୍ରତ୍ୟଙ୍ଗ ଆଦି ଯୋଗାଇ ଦିଆଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।