Odiapua.com

ଗଣଶିକ୍ଷା ବିଭାଗ ଓ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ପାଇଁ କଣ ଭିନ୍ନ ନିୟମ କି? ମଙ୍ଗଳ ବିଭାଗ ବିଦ୍ୟାଳୟ ଛତ୍ର ଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଚାଉଳ ପାଇବାରୁ ବଞ୍ଚିତ

ବାଲିଗୁଡା, ୨୫-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କେନ୍ଦ୍ର ସରକାରଙ୍କ ସର୍ବଶିକ୍ଷା ଅଭିଯାନ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ସ୍କୁଲ ମୁହାଁ କରିବାକୁ ନେଇ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ କରିଛନ୍ତି l ଏହି ଯୋଜନା ରେ ଗଣଶିକ୍ଷା ବିଭାଗ ହେଉ କିମ୍ବା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ବିଦ୍ୟାଳୟ ର ପିଲାମାନେ ଏହି ଯୋଜନା ରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି, କିନ୍ତୁ ବିଡମ୍ବନା ର ବିଷୟ କରୋନା ମହାମାରୀ ସମୟ ରେ ବିଦ୍ୟାଳୟ କୁ ଜରୁରୀ କାଳୀନ ଛୁଟି ଘୋଷଣା କରାଯିବା ସହ ସମସ୍ତ ପିଲାଙ୍କୁ ୩ ମାସର ଚାଉଳ ଓ ହଷ୍ଟେଲ ରେ ରହୁଥିବା ପିଲା ମାନଙ୍କୁ ୩ ମାସର ଛାତ୍ର ବୃତ୍ତି ଟଙ୍କା ପ୍ରଦାନ ପାଇଁ ସରକାର ଘୋଷଣା କଲେ କିନ୍ତୁ କନ୍ଧମାଳ ଜିଲ୍ଲାର ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡିକ ରେ ଯେଉଁ ପିଲା ମାନେ ହଷ୍ଟେଲ ରେ ନରହି ଘରୁ ସ୍କୁଲ କୁ ପ୍ରତ୍ୟେକ ଦିନ ଯିବା ଆସିବା କରି ପାଠ ପଢୁଥିବା ପିଲାମାନଙ୍କ ର ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ କରାଯାଇ ନାହିଁ।ଯାହା ଫଳରେ ତୁମୁଡିବନ୍ଧ ବ୍ଲକ ର ବେଲଘର, ଗୁମା, ଭଳିଆପାଣି, କୃତ୍ତମଗଡ଼ ରେ ମଙ୍ଗଳବିଭାଗ ଦ୍ୱାରା ରହିଥିବା ବିଦ୍ୟାଳୟ ର ପିଲାମାନେ ଏଥିରୁ ବଞ୍ଚିତ ହୋଇଥିବା ଭଳି ଏକ ଦୁଃଖଦ ଘଟଣା ସାମ୍ନା କୁ ଆସିଛି।। ଏବେ ସେବାଶ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଅସନ୍ତୋଷ କରିବା ସହିତ ତୁରନ୍ତ ସରକାର ଏହା ବିଚାର କରନ୍ତୁ ବୋଲି କହିଛନ୍ତି। ସେମାନଙ୍କ କହିବା ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟ ଗୁଡ଼ିକ ର ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଚାଉଳ ମିଳୁଥିବା ବେଳେ ଆଦିବାସୀ ହରିଜନ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନେ କେଉଁ ନିୟମ ରେ ଏହି ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବାଲିଗୁଡା ର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ. ସେ କହିଛନ୍ତି ଯେ ଏଭଳି ବିପଦ ମହାମାରୀ ବେଳେ ଗରିବ ପିଲାମାନଙ୍କ ର ମଧ୍ୟାହ୍ନ ଭୋଜନ ନ ମିଳିବା ଅତ୍ୟନ୍ତ ନିନ୍ଦନୀୟ ଏହା ସହ ଅନ୍ୟ ଜିଲ୍ଲା ଗୁଡିକ ରେ ମଙ୍ଗଳ ବିଭାଗ ବିଦ୍ୟାଳୟ ର ପିଲାମାନେ ଚାଉଳ ପାଇଥିବା ବେଳେ କନ୍ଧମାଳ ପାଇଁ କଣ ଅଲଗା ନିୟମ କି ବୋଲି ପ୍ରଶ୍ନ କରିଛନ୍ତି. ଏ ସମ୍ପର୍କ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରା କହିଛନ୍ତି ଚାଉଳ ଦେବା ପାଇଁ କୌଣସି ଚିଠି ଆସିନଥିବା ରୁ ଚାଉଳ ଦିଆ ଯାଇନାହିଁ. ତେବେ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଗରିବ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଚାଉଳ ଦେବା ପାଇଁ ଛାତ୍ର ଛାତ୍ରୀ ତଥା ଅବିଭାବକ ମାନେ ଦାବି କରିଛନ୍ତି l