Odiapua.com

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୋଲିସଙ୍କ ଅତ୍ୟାଚାରକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ଗଣମାଧ୍ୟମ ପ୍ରତିନିଧି

ମାଲକାନଗିରି ତା ୨୫.୭.(ଓଡିଆ ପୁଅ ) କେନ୍ଦ୍ରାପଡା ଜିଲ୍ଲାରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଉପରେ ପୁଲିସର ଆକ୍ରମଣ ଘଟଣାକୁ ନିନ୍ଦାକରିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଆଜି ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ମାଲକାନଗିରି ଜିଲ୍ଲାର ଗଣ ମାଧ୍ୟମ ପ୍ରତିନିଧି ମାନେ ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସମ୍ବିଧାନରେ ଚତୁର୍ଥ ସ୍ତମ୍ବ ବୋଲି ବିବେଚନା କରାଯାଇଥିବା ବେଳେ ଏହି ଗଣମାଧ୍ୟାମ ପ୍ରତିନିଧି ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ ବିଫଳତା ଏବଂ ଲୋକଙ୍କ ସମସ୍ୟା ଇତ୍ୟାଦି ସମ୍ବନ୍ଧରେ ରାତ୍ର ଦିନ କଷ୍ଟ କରି ଲୋକଙ୍କୁ ଦେଶ ବିଦେଶରେ ବିଭିନ୍ନ ସୂଚନା ଦେଇଥାନ୍ତି, ଯେଉଁଠି କିଛି ଘଟଣା ସରକାର କିମ୍ବା ପ୍ରଶାସନ ଜାଣି ପାରୁ ନାହିଁ ସେଠି ଗଣମାଧ୍ୟମ ପ୍ରତିନିଧି ପହଁଚି ଘଟଣା ସମ୍ବନ୍ଧରେ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରି ଅନେକ ବଡ ବଡ ଘଟଣାର ସମାଧାନ ଏବଂ ସଂଶୋଧନ କରି ପାରୁଛି । ଚତୁର୍ଥ ସ୍ତମ୍ବ ଗଣତନ୍ତ୍ରର ଏକ ରକ୍ଷା କବଚ କିନ୍ତୁ କେତେକ ବିଶୃଙ୍ଖୁଳିତ ପୋଲିସ ଅଧିକାରୀ ରାଜ୍ୟରେ କେତେକ ସ୍ଥାନରେ ଗଣ ମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ଘଟଣାକୁ ଆଜି ସାରା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନେ ପ୍ରତିବାଦ କରି ବିହିତ ପଦକ୍ଷେପ ପାଇଁ ମୁଖ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି । ମାଲକାନଗିରି ଜିଲ୍ଲାରେ ୧୫୦ ରୁ ଉର୍ଦ୍ଧ ଗଣମାଧ୍ୟମ ପ୍ରତିନିଧି ମାନେ ନିକଟରେ କେନ୍ଦ୍ରାପଡା ଠାରେ ଜଣେ ମହିଳା ସିପାହି ସର୍ବସାଧାରଣ ସମ୍ମୁଖରେ ଜଣେ ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାକୁ ନିନ୍ଦା କରିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା , ପୁରି ଜିଲ୍ଲା ଗୋପ୍ ଥାନା ଅଧିକାରୀ ଜଣେ ସାମ୍ବାଦିକଙ୍କୁ ଗୁଳିକରି ମାରିଦେବା ଧମକଦେବା, ଫୁଲବାଣିରେ ଜଣେ ମହିଳା ଆର.ଆଇ ସମ୍ବାଦିକଙ୍କୁ ଦୃବ୍ୟବହାର କରି ମୋବାଇଲ୍ ଛଡାଇ ନେବା ଘଟଣା କୁ ନିନ୍ଦାକରି ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଟା ଗ୍ରହଣ କରିବା ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁର କ୍ଷା ଯୋଗାଇଦେବା ଦାବିକରି ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପଠାଯାଇଛି । ଏହାର ତୁରନ୍ତ ପଦକ୍ଷେପ ନେବା ପାଇଁ ଆଜି ମାଲକାନଗିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଏକ ଶାନ୍ତି ପୁଣ୍ଣ ର୍ ସୋଭାଯାତ୍ରାରେ ଗଣମାଧ୍ୟମ ପ୍ରତିନିଧିମାନେ ଯାଇ ଭାରପ୍ରାପ୍ତ ଜିଲ୍ଲାପାଳ ବିରସେନ ପ୍ରଧାନଙ୍କ ଜରିଆରେ ଏକ ଦାବିପ୍ରତ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ପ୍ରଦାନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବି ପତ୍ର ଦେବା ସମୟରେ ବରିଷ୍ଟ ସାମ୍ବାଦିକ ରତ୍ନାକର ଦାଶ, ଦେବ ପ୍ରସାଦ ଦାସ , ଦୁର୍ଯ୍ୟୋଧନ ପାତ୍ର ସମତେ ମିଲୁ ପଟ୍ଟନାୟକ , ସତ୍ୟନାରାୟଣ ଦାସ , ମନୋଜ କୁମାର ମହାନ୍ତି , ସତ୍ୟନାରାୟଣ ପଣ୍ଡା, ଶ୍ରୀନିବାସ ପାତ୍ର , ଅଶୋକ ମିଶ୍ର , ପଂଚାନନ ଦାଶ , ଚନ୍ଦ୍ରକାନ୍ତ ପଣ୍ଡା,ତ୍ରିଲୋଚନ ଦାସ , ସିମାଂଚଳ ପାଣିଗ୍ରାହୀ , ଅଶିମ୍ ବିଶ୍ୱାସ , ଅପୁର୍ବ ଥଣ୍ଡର ଙ୍କ ସହ ୫୦ରୁ ଉର୍ଦ୍ଧ ଗଣମାଧ୍ୟମ ପ୍ରତିନିଧି କୋଭିଡ ନିୟମ ପାଳନ କରି ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧିି ମାନଙ୍କ ଉପରେ ହେଉଥିବା ଆକ୍ରମଣ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।