Odiapua.com

ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସର ଆକ୍ରମଣ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ବାହାନଗା,୨୨ା୫(ଭାରତୀ ଦାସ/ ଓଡ଼ିଆ ପୁଅ) : ଜଣେ କାର‌୍ୟ୍ୟରତ ଗଣମାଧ୍ୟମ ପ୍ରତିନିଧି ଉପରେ ପୋଲିସର ଆକ୍ରମଣକୁ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସାମ୍ବାଦିକ ସଂଘ ତରଫରୁ ନିନ୍ଦା କରିବାସହ ଏକ ଦାବୀପତ୍ର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ରାଜେନ୍ଦ୍ର ନାରାୟଣ କରଙ୍କୁ ଦିଆ ଯାଇଛି । ଗଣତନ୍ତ୍ରର ଚତଚର୍ଥ ସ୍ତମ୍ଭ ସାମ୍ବାଦିକଙ୍କ ଉପରେ ପୋଲିସର ଏପରି ବର୍ବରତା ଗ୍ରହଣୀୟ ନୁହେଁ । ସରକାର ସାମ୍ବାଦିକଙ୍କୁ ଲକ ଡାଉନରେ ସମସ୍ତ ପ୍ରକାର ସ୍ୱାଧିନତା ଦେଇଥିବା ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ୧୦/୧୨ରୁ ଉର୍ଦ୍ଧ ପୋଲିସ ଏଭଳି କାର‌୍ୟ୍ୟ ଘଟାଇ ଅକ୍ରମଣ କରିବା ଏକ ଗାଣତାନ୍ତ୍ରୀକ ବିପଦର ସୂଚନା । ତେବେ ପ୍ରଶ୍ନ ଉଠୁଛି ଜଣେ ଗଣମାଧ୍ୟମର ପ୍ରତିନିଧି ଜଦି ପୋଲିସ ଆକ୍ରୋଶର ଶିକାର ହେଉଛି ତାହେଲେ ସାଧାରଣ ଜନତା ସେଠାରେ କେତେ ସୁରକ୍ଷିତ ତ ତାହା ସମସ୍ତଙ୍କୁ ଷ୍ପଷ୍ଟ ଦିଶୁଛି । ତେବେ ପୋଲିସର ଏତାଦୃଶ୍ୟ କାର‌୍ୟ୍ୟକୁ ବିରୋଧ କରି ବ୍ଲକ ସାମ୍ବାଦିକ ସୁଧାନିଧି ମହାପାତ୍ର, ଅରୁପ ଦାସ, ରଞ୍ଜିତ ଦାସ, ଭଗବାନ ଦାସ, ସନ୍ଦିପ କୁମାର ପଣ୍ଡା, ସୋମନାଥ ସାହୁ, ମନୋରଞ୍ଜନ ବାରିକ, ପ୍ରମୋଦ କୁମାର ଶିଅଳ, ପ୍ରଫୁଲ୍ଲ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ହୋଇ ନିରପେକ୍ଷ ତଦନ୍ତ କରିବା ସହ ଉକ୍ତ ଘଟଣା ଘଟାଇଥିବା ପୋଲିସଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।