Odiapua.com

ଗଣମାଧ୍ୟମ ପ୍ରତିନିଧିଙ୍କୁ କୋଭିଡ୍ ଟେଷ୍ଟ ପରାମର୍ଶ

ବାଲେଶ୍ୱର, ୧୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାବ ଟେଷ୍ଟ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଛି। କେତେକ ଦୂରଦୃଷ୍ଟି ସମ୍ପନ୍ନ ସାମ୍ବାଦିକଙ୍କ ପ୍ରସ୍ତାବ କ୍ରମେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କୋଭିଡ୍ ଟେଷ୍ଟ ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ତେବେ ଜିଲ୍ଲାର ସମସ୍ତ ସାମ୍ବାଦିକ, ଫଟୋଗ୍ରାଫର ତଥା ଭିଡିଓ ଜର୍ଣ୍ଣାଲିଷ୍ଟଙ୍କର ସ୍ୱାବ ଟେଷ୍ଟ କରିବା ପରିବର୍ତ୍ତେ କେବଳ ଯେଉଁମାନଙ୍କଠାରେ କରୋନା ଲକ୍ଷଣ ପରିଲକ୍ଷିତ ହେଉଛି, ସେହିମାନେ ଇଚ୍ଛା ପ୍ରକାଶ କଲେ ଟେଷ୍ଟ ପାଇଁ ସ୍ୱାସ୍ଥ୍ୟ ବିଭାଗ ସ୍ୱାବ ସଂଗ୍ରହ କରିବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଣାଇଛନ୍ତି। ଏନେଇ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନେ ଉଚିତ ପଦକ୍ଷେପ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି।