Odiapua.com

ଗଣତାନ୍ତ୍ରୀକ ମହିଳା ସମିତିର ୪୦ ତମ ପ୍ରତିଷ୍ଠା ଦିବସ

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ଗଣତାନ୍ତ୍ରୀକ ମହିଳା ସମିତି ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏହାର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସଂଗଠନର ରାଜ୍ୟ ସଭାନେତ୍ରୀ ସୁରଜିତା ନାୟକ କଚୋରୀ ବଜାର ବାଲଗୋପାଲ ମନ୍ଦିର ସମ୍ମୁଖ ପ୍ରାଙ୍ଗଣରେ ଗଣତନ୍ତ୍ର, ନାରୀମୁକ୍ତି ସମ୍ମାନତାର ପତାକା ଉତ୍ତୋଳନ କରିଥିଲେ । ନାରୀମୁକ୍ତି ଆନ୍ଦୋଳନର ନେତ୍ରୀ ଗୋଦାବରୀ ପାରୁଲେକାର, ସୁଶିଳା ଗୋପାଳନ, କନକ ମୁଖାର୍ଜୀ, ଲକ୍ଷ୍ମୀ ସୟାଗଲଓଙ୍କ ପରି ବହୁ ନାରୀନେତ୍ରୀଙ୍କ ତ୍ୟାଗପୂଜ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚାରୁଲତା ମହାପାତ୍ର, ଶିଖା ମହାପାତ୍ର, ସୁମତି ନାୟକ, ପ୍ରଭାତୀ ଜେନା, ମଞ୍ଜୁଲତା ନାୟକ ପ୍ରମୁଖ ନିଜ ବକ୍ତବ୍ୟରେ ନାରୀ ନିର୍ଯ୍ୟାତନା, ଯୌତୁକ ପ୍ରଥା, ଭ୍ରୁଣହତ୍ୟା ବିରୋଧରେ ଲଢ଼େଇ କରିଥିବା ନାରୀନେତ୍ରୀମାନଙ୍କ ସ୍ମୃତିଚାଣର କରିଥିଲେ । ସେହିପରି କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ମୂଲ୍ୟବୃଦ୍ଧି, କୃଷକ ବିରୋଧୀ ଆଇନ, ବିଦ୍ୟୁତ ବିଲ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ଅନୁରୂପ ନାରୀମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ସାମାଜିକ ସୁରକ୍ଷା, ନାରୀ ଶିକ୍ଷାର ପ୍ରସାର, ଦେଶର ସଂହତି, ସମ୍ବିଧାନ, କଥା କହିବାର ଅଧିକାର ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଏକଜୁଟ ହେବାକୁ ଉପରୋକ୍ତ ନେତ୍ରୀମାନେ ଆହ୍ୱାନ ଦେଇଥିଲେ ।