Odiapua.com

ଗଡଗଡି ଗଜଲକ୍ଷ୍ମୀଙ୍କ ପାଇଁ ବଜାର ଅଂଚଳ ଉତ୍ସବ ମୁଖର, ଚାଳିଶ ବର୍ଷ ଧରି ପୂଜା ପାଉଛନ୍ତି ମା’

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ବି.ଟି.ପୁର ପଂଚାୟତ ଗଡଗଡି ଛକଠାରେ ୪୦ ବର୍ଷ ଧରି ମା ଗଜଲକ୍ଷ୍ମୀ ପୂଜା ପାଉଛନ୍ତି । ଏହି ପୂଜା ପାଇଁ ବଜାର ଅଂଚଳ ଉତ୍ସବ ମୁଖର ହୋଇଛି । ପ୍ରଥମେ ୧୯୮୪ ମସିହାରେ ଆଗରପଡା ଅଂଚଳର ବିଶିଷ୍ଠ ସ୍ୱର୍ଣ୍ଣ ବ୍ୟବସାୟୀ ସ୍ୱର୍ଗତଃ କୈଳାସ ଚନ୍ଦ୍ର ରଣା ଓ ଡା.ପୂର୍ଣ୍ଣଚନ୍ଦ୍ର ରାୟ ପ୍ରତ୍ୟେକ୍ଷ ଭାବେ ଏହି ପୂଜା କରି ଆସୁଥିଲେ । ୧୯୯୫ ମସିହା ଠାରୁ ଗଡଗଡି ଛକ ପୂଜା କମିଟି ଗଜଲକ୍ଷ୍ମୀ ପୂଜାକୁ ଧୂମ୍‌ଧାମରେ ପାଳନ କରି ଆସୁଛି । ବଜାର ଅଂଚଳର ଦୋକାନୀ ଭାଇ ମାନଙ୍କ ସହଯୋଗରେ ଏହି ପୂଜା କରାଯାଉଥିବା ବେଳେ କମିଟି ସମସ୍ତ ଦାୟିତ୍ୱ ବହନ କରୁଛି । ସଭାପତି ଭାବେ ବିଶ୍ୱମ୍ବର ସାହୁ,ସଂପାଦକ ରାଜୁ ଗୁପ୍ତା,କୋଷାଧ୍ୟକ୍ଷ ସତ୍ୟବ୍ରତ ନାୟକ, ଉଦିପ୍ତ ରାୟ, ବିଜ୍ଞାନ ଭୂଷଣ ମହାନ୍ତି, ବ୍ରହ୍ମାନନ୍ଦ ମଲ୍ଲିକ୍‌, ମୁନା ମହାନ୍ତି ପ୍ରମୁଖ ୭ ଦିନ ବ୍ୟାପି ପୂଜାର ସମସ୍ତ ଦାୟିତ୍ୱକୁ ବହନ କରୁଛନ୍ତି । ବୁଧବାର ରାତ୍ରରେ ଏକ ଶୋଭାଯାତ୍ରାରେ ଯାଇ ସାଳନ୍ଦି ନଦୀର ବେଲେଶ୍ୱରପୁର ଘାଟରୁ ଘଟ ଉତୋଳନ କରାଯାଇଥିଲା । ପଣ୍ଡିତ ସର୍ବେଶ୍ୱର ପାଣିଗ୍ରାହୀ,ବଷ୍ଣୁ ମୋହନ ପାଣିଗ୍ରାହୀ,ଦାମୋଦର ପାଣିଗ୍ରାହୀ ମା’ଙ୍କର ପୂଜାର୍ଚ୍ଚନା କରିଛନ୍ତି । କାରିଗରଙ୍କ ଦ୍ୱାରା ଲକ୍ଷ୍ମୀ ମା’ ଙ୍କ ମୃଣୟ ମୂର୍ତି ନିର୍ମାଣ କରାଯାଇଛି । ଏହି ପୂଜା ପାଇଁ ବଜାର ଅଂଚଳ ମୁଖ୍ୟ ରାସ୍ତାକୁ ଆକର୍ଷଣୀୟ ତୋରଣ ଓ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ପୂଜା କମିଟି ପକ୍ଷରୁ ପତ୍ୟେହ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଥିବା ବେଳେ ସଂପୃକ୍ତ ଅଂଚଳର ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏହାକୁ ମନଭରି ଉପଭୋଗ କରୁଛନ୍ତି ।