Odiapua.com

ଗଞ୍ଜେଇ ବେପାରୀ ଗିରଫ

ବାରିପଦା ୨୭-୧୦ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ବାରିପଦା ଟାଉନ ଥାନା ଅଧିନ ସୁନଗଡ଼ିଆ ଅଂଚଳରୁ ଜଣେ ଗଞ୍ଜେଇ ବେପାରୀ ଗିରଫ। ଗିରଫ ବେପାରୀ ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଜନାର୍ଦନ ମିଶ୍ର। କୌଣସି ସୂତ୍ରରୁ ଖବରପାଇ ବାରିପଦା ଟାଉନ ଥାନା ପକ୍ଷରୁ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉ ସମୟରେ ତାଙ୍କ ନିକଟରୁ ୮୬୪ ଗ୍ରାମର ଗଜେଇ ସହ ଏକ ଭଙ୍ଗା ବନ୍ଧୁକ ମଧ୍ୟ ଜବଦ କରିଛି ପୋଲିସ। ଏନେଇ ଟାଉନ ଥାନାରେ ୩୧୦/୧୯ ରେ ଏକ ମାମଲା ରଜ୍ଜୁ କରି ପୋଲିସ ତଦନ୍ତ ଚଳାଇଛି।