ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ପାଳଦାବାଙ୍କରେ ଗୁରୁବାର ପ୍ରତ୍ୟୁଷରେ ଗଞ୍ଜେଇ ପରିବହନ କରିଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ପାଟ୍ରୋଲିଂ ପୁଲିସ ଗିରଫ କରିବା ସହ ୬କିଲୋ୫ଶହ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାଯାଇଛି। ଥାନାରେ ୪୫୬/୨୬ ମାମଲା ଋଜୁ ହୋଇ ଭଦ୍ରକ ପୁରୁଣାବଜାର ମହମ୍ମଦ ଆଜିମୁଲ ହକ ଓ ହାଟଡିହି ଥାନା ଅଂଚଳର ଯଦୁମଣି ମୁଦୁଲିଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଜବତ ଗଞ୍ଜେଇ ବଜାର ମୂଲ୍ୟ ଆନୁମାନିକ ୭୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି।