Odiapua.com

ଗଞ୍ଜେଇ ଚାଲାଣ ବେଳେ ପୁଲିସ ହାବୁଡ଼ରେ ଗଞ୍ଜେଇ ମାଫିଆ କଳାହାଣ୍ଡି ଜୁନାଗଡ଼ ପୋଲିସ୍ ର ସଫଳତା, ୮ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

କଳାହାଣ୍ଡି, ୨୬.୦୧ (ଓଡ଼ିଆ ପୁଅ/ଦୁଷ୍ମନ୍ତ ପଣ୍ଡା) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୁଲିସ ହାବୁଡ଼ରେ ଆଜି ଗଞ୍ଜେଇମାଫିଆ ମାନେ ଧରାପଡିଛନ୍ତି। ଆଜି ପାହାନ୍ତିଆରେ ଜୁନାଗଡ଼ ପୁଲିସ କୌଣସି ଖବର ପାଇ ଏକ ଯାତ୍ରୀ ବିହୀନ ବସ କୁ ଅଟକାଇ ଥିଲେ। ବସକୁ ଥାନାକୁ ଆଣି ଯାଞ୍ଚ କରାଯିବା ସମୟରେ ଏହି ବସରେ ଥିବା ଚୋରି ଡିକିରେ ବିପୁଳ ପରିମାଣରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥିଲା। ଜେହେତୁ ବସଟି ଗାଡି ନଂ ୟୁପି ୭୦ ଏଫଟି ୩୯୬୯ ଗାଡି ମାଲକାନଗିରିରୁ ଉତ୍ତର ପ୍ରଦେଶ ଯାଉଥିବା ସନ୍ଧେହ ହେଉଛି। ଅନ୍ୟ ପକ୍ଷରେ ବସ ଡ୍ରାଇଭର ଅର୍ଜୁନ ବଗର୍ତି ଓ ହେଲପର ନକୁଳ ପ୍ରଧାନ ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଧର୍ମଗଡ଼ ଏସଡିପିଓ ଧୀରୋଜ କୁମାର ଚୋପଦାର, ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ତଦନ୍ତ ଆରମ୍ଭ କରିଥିଲେ। ବସରୁ ଏକ କଟର ସାହାଯ୍ୟରେ କାଟି ଗଞ୍ଜେଇ ବାହାର କରାଯାଇଥିଲା। ଚୋରା ଚାଲାଣ ହେଉଥିବା ଗଞ୍ଜେଇ ୮ କୁଇଣ୍ଟାଲ ହୋଇଥିବା ବେଳେ ଏହାର ଅନୁମାନିକ ମୂଲ୍ୟ ପ୍ରାୟ ୨୪ ଲକ୍ଷ ବୋଲି ପୁଲିସ କହିଛି। ଅନ୍ୟ ପକ୍ଷରେ ଆଜି ପୁଲିସ ୨ ଜଣଙ୍କୁ ଗିରଫ କରିଛି।