Odiapua.com

ଗଞ୍ଜାମ ଜିଲ୍ଲାରେ ପୁଣି ଏନକାଉଣ୍ଟର: ଜଣେ ଅପରାଧୀ ଆହତ

ବ୍ରହ୍ମପୁର: ୫/୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆସିକାରେ ଆଜି ଏକ ଏନକାଉଣ୍ଟର ଘଟଣାରେ ଗାଙ୍ଗପୁର ଅଞ୍ଚଳର କୁଖ୍ୟାତ ଅପରାଧୀ ଗୁରୁ ପ୍ରସାଦ ସ୍ୱାଇଁ ଆହତ ହୋଇଛି। ଆସିକା ଚାରିମଇଲି ନିକଟରେ ପୋଲିସ ଓ ଅପରାଧୀ ମୁହାଁମୁହିଁ ହୋଇଥିଲେ। ଗୁଳି ବିନିମୟ ବେଳେ ଅପରାଧୀ ଗୁରୁ ପ୍ରାସାଦର ଡାହାଣ ଗୋଡ଼ରେ ପୋଲିସର ଗୁଳି ବାଜିଥିବା କୁହାଯାଇଛି।

ଆହତ ଅପରାଧୀଙ୍କୁ ଆସିକା ହସପିଟାଲ ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମ. କେ .ସି .ଜି. ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି।

ଅପରାଧୀ ଠାରୁ ଗୋଟିଏ ମାଉଜର, ଦୁଇ ରାଉଣ୍ଡ ଗୁଳି, ଏକ ବାଇକ ଜବତ କରାଯାଇଛି। ଆହତ ଅପରାଧୀ ନାମରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ ସମେତ ୧୩ଟି ସଙ୍ଗୀନ ମାମଲା ରହିଥିବା ଆସିକା ଏସ .ଡି. ପି. ଓ .ଶ୍ରୀ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି।