Odiapua.com

ଗଞ୍ଜାମର ୫୨ କରୋନା ଆକ୍ରାନ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ

ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) ଆଜି ସକାଳୁ ରାଜ୍ୟରେ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର। ଏହି ୧୦୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୫୨ଟି ଥିବା ବେଳେ ବାଲେଶ୍ୱରର ୩୩ ଓ ଯାଜପୁରର ୭ ଟି ରହିଛି। ସୁନ୍ଦରଗଡ଼ରୁ ୭ ଜଣ ଓ କେନ୍ଦୁଝରରୁ ୨ ଜଣ।

୫୨ ଜଣ ଗଞ୍ଜାମର ହୋଇଥିବା ବେଳେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।

ସୂଚନାଯୋଗ୍ୟଯେ, ପ୍ରବାସୀ ଓଡ଼ିଆମାନେ ବିଭିନ୍ନ ରାଜ୍ୟରୁ ରେଳବାଇ କିମ୍ବା ବସ୍ ତଥା ଅନ୍ୟାନ୍ୟ ମାଧ୍ୟମରେ ଆସି ରେଜିଷ୍ଟ୍ରେସନ କରିବା ପରେ ସେମାନଙ୍କୁ ଓଡ଼ିଶା ସରକାରଙ୍କ ଦ୍ୱାରା ପୂର୍ବ ପ୍ରସ୍ତୁତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ହୋଇଥିବା ବେଳେ ୧୧୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇଛି।