Odiapua.com

ଗଜେଂଇ ଚୋରା ଚାଲାଣକାରୀଙ୍କ ଗାଡିକୁ ଧରିବାକୁ ଯାଇ ଗାଡି ଧକ୍କାରେ ହୋମଗାର୍ଡ ଆହତ ।ଗାଡି ଜବତ,୨ ଅଟକ

ମାଲକାନଗିରି,୨୮ା୧(ଓଡିଆ ପୁଅ) ଗଜେଂଇ ଚୋରାଚାଲାଣ କାରିଙ୍କ ଗାଡିକୁ ଧରିବାକୁ ଯାଇ ସେହି ଗାଡି ଧକ୍କାରେ ଜଣେ ହୋମଗାର୍ଡ ଆହତ ହୋଇଥିବାର ଜଣାପଡିଛି । ଚିତ୍ରକୋଣ୍ଡା ଥାନାସ୍ଥ ଗୁଠାଂଓ୍ୟାର୍ଡା ଅଚଂଳରୁ କିଛି ଲୋକ ଏକ ଟ୍ରାକ୍ଟର ରେ ଗଜେଂଇ ଚୋରାରେ ଚାଲାଣ କରୁଥିବାର ଖବର ପାଇ ଚିତ୍ରକୋଣ୍ଡା ପୁଲିସ ଘଟଣାସ୍ଥଳରେ ପହଁଚି ସେମାନଙ୍କ ପିଛାକରିଥିଲେ । ଟ୍ରାକ୍ଟରଟି ଦୃତ ଗତିରେ ପଳାଉଥିବା ବେଳେ ହସାଂଗୁଡା ଗ୍ରାମ ନିକଟରେ ଟ୍ରାକ୍ଟରକୁ ଅଟକାଇ ଜଣେ ପୁଲିସ ହୋମଗାର୍ଡ ଆଗକୁ ପଳାଇ ଯିବାରୁ ତାଙ୍କ ଦେହରେ ଗାଡି ଧକ୍କା ଲାଗିଯିବା ଫଳରେ ସେ ଦୁରକୁ ଛିଟିକିପଡି ଆହତ ହୋଇଥିଲେ । ହୋମଗାର୍ଡ ଟୁନା ବୈରାଗୀ ଙ୍କର ଅଟାଂ ,ଛାତି.ଗୋଡ ରେ ଆଘାତ ଲାଗି ସେ ଗୁରୁତର ଭାବେ ଆହତ ହୋଇ ଚିତ୍ରକୋଣ୍ଡା ହସପିଟାଲରେ ଚିକିତ୍ସିତ ହେବା ପରେ ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଚିତ୍ରକୋଣ୍ଡା ପୁଲିସ ଉକ୍ତ ଟ୍ରାକ୍ଟର ଟିକୁ ଜବତ କରଛନ୍ତି, ସେଥିରୁ ପ୍ରାୟ ଦୁଇକ୍ୱିଟାଂଲ ଗଜେଂଇ ଥିବାର ଜଣାପଡିଛି,ଟ୍ରାକ୍ଟରରେ ଥିବା ୨ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାରିଚଳାଇଛନ୍ତି ।