Odiapua.com

ଗଜେଂଇ ଚୋରାଚାଲାଣ କାରି ଦୁଇଜଣଙ୍କୁ ଜିଲ୍ଲା ଓ ଦୌରାଜଜଙ୍କ ପକ୍ଷରୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧ଲକ୍ଷ ଟଙ୍କା ଲେଖାଏ ଜରିମାନା ରାୟ

ମାଲକାନଗିରି,୩୧ା୮ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଦୌରାଜଜ ଏସ.ରେଖାପ୍ରସାଦ ଆଜି ଗଜେଂଇ ଚୋରାଚାଲଣ ମାମଲାର ବିଚାର କରି ଦୁଇଜଣ ଚୋରାଗଜେଂଇ ଚାଲାଣ କାରି ଅଭିଯୁକ୍ତ ଙ୍କୁ ୧୦ବର୍ଷଲେଖା ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରବା ସହ ଏକ ଲକ୍ଷ ଟଙ୍କା ଲେଖା ଜରିମାନା ଆଦାୟ ପାଇଁ ରାୟ ଶୁଣାଇଛନ୍ତି । ସୁଚନା ଯୋଗ୍ୟ ଯେ ଗତ ୨୦୧୯ ମସିହା ଜୁଲାଇ୨୨ତାରିଖରେ ମାଥିଲି ଥାନା ଏସଆଇ ଜୟ ପ୍ରକାଶ ନରାୟଣ ହୋତା ଗୋବିନ୍ଦପାଲି ଚେକଗେଟ ନିକଟରେ ଗାଡି ଜାଂଚ କରୁଥିବା ବେଳେ ସେହି ରାସ୍ତାରେ ଏକ ମହିନ୍ଦ୍ରା ଗାଡି ଦୃତଗତିରେ ପଳାଉଥିବା ବେଳେ ତାକୁ ଅଟକାଇ ଜାଚଂ କରିବାରୁ ସେଥିରେ ଗଜେଂଇଥିଲା । ଏହି ଗଜେଂଇ ଚୋରା ଚାଲାଣ କରୁଥିବା ତାମିଲନାଡୁ ରାଜ୍ୟର ସି.ମାଲାଇ ଚାମି ଓ ଡି. ସାଲବମକୁ ପୁଲିସ ଗିରଫ କରି ଗାଡି ଜବତକରିଥିଲେ । ଗାଡିରୁ ୧୦୮ କିଲୋଗ୍ରାମ ଗଜେଂଇ ଥିଲା , ଏହି ମାମଲାଟିକୁ ପରେ ଏସଆଇ ନାରାୟଣ ଭତ୍ରା ତଦନ୍ତ କରି ଆସାମି ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଥିଲେ । ସେହି ମାମଲାଟି ଜିଲ୍ଲା ଦୌରାଜଜ ଅଦାଲତରେ ବିଚାର ଚାଲିଥିଲା । ଶାକ୍ଷ୍ୟପ୍ରମାଣ କୁ ଭିତିକରି ଜିଲ୍ଲା ଦୌରାଜଜ ଏସ.ରେଖାପ୍ରସାଦ ଅଭିଯୁକ୍ତ ଦ୍ୱୟ ଙ୍କୁ ୧୦ବର୍ଷଲେଖା ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଲେଖା ଜରିମାନା ଆଦାୟ ରାୟ ଦେଇଛନ୍ତି । ଜରିମାନା ଅନାଦୟ ହେଲେ ଅଧିକ ଏକ ବର୍ଷ ଲେଖାଏ ଅଧିକ କାରାଦଣ୍ଡ ରେ ଦଣ୍ଡିତ ହେବା ପାଇଁ ରାୟ ଦେଇଥିବାର ଜଣାପଡିଛି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ବିଜୟ କୁମାର ମହାନ୍ତି ପରିଚାଳନା କରିଥିଲେ ।