Odiapua.com

ଗଜପତି ଜିଲ୍ଲା ନେତୃବୃନ୍ଦ ଆବେଦନ କଲେ ପିସିସି ପରବର୍ତୀ ପଦକ୍ଷେପ ନେବ

ଭୁବନେଶ୍ୱର ୫.୧ (ଓଡ଼ିଆ ପୁଅ)- ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଏବଂ କାଶୀନଗର ବ୍ଲକର କେତେକ ନେତୃମଣ୍ଡଳୀଙ୍କର ନିଲମ୍ବନ ଆଦେଶ ପ୍ରତ୍ୟାହାର ସଂପର୍କରେ ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଦାଶରଥି ଗମାଙ୍ଗ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇଥିବା ପତ୍ର ପିସିସିର ହସ୍ତଗତ ହୋଇଛି। ସମସ୍ତ ନେତୃବୃନ୍ଦ ସେମାନଙ୍କର ନିଜସ୍ୱ ଆବେଦନ ପତ୍ର ପ୍ରଦେଶ କଂଗ୍ରେସ କମିଟିକୁ ପ୍ରଦାନ କଲେ ଏ ସଂପର୍କରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ପିସିସି ସଭାପତି ନିଷ୍ପତି ନେଇଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।