Odiapua.com

ଗଜପତି ଜିଲ୍ଲାରେ ଚୋରା ବାଇକ୍ ଚାଲାଣ ରାକେଟ ସକ୍ରୀୟ, ୧୭ଟି ବାଇକ୍ ଜବତ ଓ ଦୁଇ ଗିରଫ

ମୋହନା,୧୩/୦୫(ଓଡ଼ିଆ ପୁଅ/ହନୀ ବିଷୋୟୀ) ଅଡବା ଥାନା ପୋଲିସ ଗଜପତି ଜିଲ୍ଲା ରେ ଚୋରା ବାଇକ୍ ରାକେଟ କାରୋବାରରେ ସକ୍ରୀୟ ଥିବା ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ୧୭ଟି ବାଇକ୍ ଅଡବା ପୋଲିସ ଜବତ କରିଛି। ଅଡବା ଥାନା ଅଧିକାରୀ ଆଲୋକ ରଂଜନ ଜଗଦଲ୍ ସୁଚନା ମୁତାବକ ଅଡବା ପୋଲିସ ଗଜପତି ଓ ରାୟଗଡା ଜିଲ୍ଲା ବଡର୍ ରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିରିକୋଟ ଗ୍ରାମ ର ସଲମନ ନାୟକ ଙ୍କୁ ଅଟକାଇ ପଚାରା ଉଚାରା କରିବା ପରେ ଜଣାପଡ଼ିଥିଲା ତାଙ୍କ ରି ଗାଡ଼ି ର କୈାଣସି ଦସ୍ତାବିଜ ନଥିବା ଓ ଏହା ଏକ ଚୋରି ବାଇକ୍ ବୋଲି। ତାପରେ ଅଡବା ପୋଲିସ ଅଧିକ ତଦନ୍ତ କରି ବିରୀକୋଟ ଗ୍ରାମର ଖ୍ରୀଷ୍ଟ ଆନ୍ ସାହିର ସଲମନ୍ ନାୟକ ଙ୍କ ଘର ପଛପଟୁ ୯ଟି ଗାଡ଼ି ଓ ଶ୍ରୀନାଥ ରେଡିଙ୍କ ଠାରୁ ୮ଟି ଗାଡ଼ି ଜବତ କରାଯାଇଛି ଏହାପରେ ଜଣାପଡ଼ିଥିଲା ଯେ ଏଥିରେ ଆଉ କିଛି ବ୍ୟକ୍ତି ଏଥିରେ ସଂଶ୍ଲିଷ୍ଟ ଅଛନ୍ତି।