Odiapua.com

ଗଛ ବଂଚିଲେ ମଣିଷ ବଂଚିବ – ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ, ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ୍ ପକ୍ଷରୁ ମେଗା ବୃକ୍ଷରୋପଣ

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ବିଶ୍ୱରେ ବୃକ୍ଷ କ୍ଷୟ ଯୋଗୁଁ ମାନବ ସମାଜ ଧ୍ୱଂସ ହେବାଭଳି ଅଭାବନୀୟ ପରିସ୍ଥିତି ଏବେ ଦେଖାଦେଇଛି । ଆମେ ସିନା ଏବେ କେବଳ କୋଠାବାଡି ନିର୍ମାଣ କରି କଂକ୍ରିଟ୍ ଜଂଗଲ ରୂପୀ ସହରୀକରଣ କରିଚାଲିଛୁ, କିନ୍ତୁ ହାରାହାରି ୩ ସିଲିଣ୍ଡର ଅକ୍ସିଜାନ ଦେଉଥିବା ବୃକ୍ଷଟିକୁ ନାଶ କରୁଛୁ । ଯେଉଁ ଅକ୍ସିଜାନ ଆମେ ନିଶ୍ୱାସରେ ନେଇ ପ୍ରାଣ ସଂଚାର କରୁଛୁ । ଏଣୁ ଏଭଳି ଏକ ଅଭାବନୀୟ ଘଡିସନ୍ଧି ମୁହୂର୍ତରେ ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ ବୃକ୍ଷରୋପଣକୁ ନିଜର ମେଗା ପ୍ରୋଜେକ୍ଟ ଭାବେ ଗ୍ରହଣ କରି ପରିବେଶର ସନ୍ତୁଳନ ରକ୍ଷା ନିମନ୍ତେ ଆଜି ପବିତ୍ର ଗହ୍ମାପୂର୍ଣ୍ଣିା ତଥା ରକ୍ଷାବନ୍ଧନ ଅବସରରେ ବରପଦାସ୍ଥିତ ସତ୍ୟନାରାୟଣ ମନ୍ଦିର ପରିସରରେ ଶତାଧିକ ବୃକ୍ଷରୋପଣ କରିଛି । ଏଥି ଉପଲକ୍ଷେ ଏକ ସଚେତନତା ସଭା ମନ୍ଦିର ପରିସରରେ ସଭାପତି ପଦ୍ମନ କୁମାର ରାୟଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏବଂ ଏଭଳି ଏକ ମହତ୍ କାର୍ଯ୍ୟ କ୍ଲବ୍ ପକ୍ଷରୁ ବର୍ଷସାରା ଜାରି ରହିବ ବୋଲି ବରିଷ୍ଠ ଲାୟନ୍ସ ଆଇନ୍‌ଜୀବୀ ପର୍ଶୁରାମ ଦ୍ୱିବେଦୀ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବ୍‌ର ସଂପାଦକ ବୈଲୋଚନ ବେହୁରିଆ, କୋଷାଧ୍ୟକ୍ଷ ଡ. ନାରାୟଣ ଚନ୍ଦ୍ର ମିଶ୍ର , ପୂର୍ବତନ ସଭାପତି ସତ୍ୟେନ୍ଦୁ କୁମାର ରାୟ ମହାପାତ୍ର, ବରିଷ୍ଠ ଲାୟନ ଆଇନ୍‌ଜୀବୀ ପର୍ଶୁରାମ ଦ୍ୱିବେଦୀ, ସନ୍ତୋଷ ପତି, ସଦସ୍ୟ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଗୀତାଞ୍ଜଳି ଦ୍ୱିବେଦୀ, ପ୍ରଦୀପ କୁମାର ସାବତ, ଅମର ମହାନ୍ତି, କବିତା ପତି, ବର୍ଷା ମଙ୍ଗଳ ସନ୍ଧ୍ୟା, ଲାୟନ୍ସ ପ୍ରତାପ କୁମାର ନାୟକ, ଇଂ ଅକ୍ଷୟ ଘଡେଇ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବୃକ୍ଷରୋପଣ କରିଥିଲେ ।