Odiapua.com

ଗଛ କାଟୁଥିବାବେଳେ ଗ୍ରାମବାସୀ ଧରାଇଲେ ବନବିଭାଗ ଛାଡ଼ିଦେଲେ

ତିର୍ତ୍ତୋଲ ୧୫/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତ ପୋଷଲ ମହାନଦୀ କଡ଼ରେ ଥିବା ଜଙ୍ଗଲରୁ ବିରାଟ ବିରାଟ ମୁଲ୍ୟବାନ ଗଛ କାଟିନେଇ ବଜାରେ ବିକ୍ରୟ କରି ମାଫିଆମାନେ ମାଲାମାଲ ହେଉଛନ୍ତି। ଆଜି ପୋଷଲ ଗ୍ରାମ ଜଙ୍ଗଲରୁ ନାହାଙ୍ଗୁରି ଗ୍ରାମର ମୁରଲିଧର ପରିଜାଙ୍କ ପୁଅ ନିତ୍ୟାନନ୍ଦ ପରିଜା ଗଛ କାଟୁଥିବା ପୋଷଲ ଗ୍ରାମବାସୀ ଜାଣିବାକୁ ପାଇ ଜଙ୍ଗଲରେ ପହଞ୍ଚିଯାଇଥିଲେ। ଗ୍ରାମବାସୀ ପହଞ୍ଚିବାବେଳକୁ ୨୦ରୁ ଉର୍ଦ୍ଧ ଗଛ କଟାଯାଇଥିବା ଦେଖିବାକୁ ପାଇଲେ। ଗଛ କାଟୁଥିବା ନିତ୍ୟାନନ୍ଦଙ୍କୁ ଧରି ବନବିଭାଗ ଓ କୃଷ୍ଣାନନ୍ଦପୁର ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇବାପରେ ଉଭୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିତ୍ୟାନନ୍ଦଙ୍କ ସହିତ କଟାଗଛକୁ ଜବତ କରିଥିଲେ। ନିତ୍ୟାନନ୍ଦ ପୂର୍ବରୁ ଲକ୍ଷାଧିକ ଟଙ୍କାର ଗଛ କାଟି ବିକ୍ରୟ କରିଥିବା ଗ୍ରାମବାସୀଙ୍କ ସମ୍ମୁଖରେ ପ୍ରକାଶ କରିଥିଲା। ନିତ୍ୟାନନ୍ଦ ତାଙ୍କ ନିଜ ଜମିରୁ ଗଛ କାଟୁଥିବା କହୁଥିବାବେଳେ ପୋଷଲ ଗ୍ରାମବାସୀ ପୋଷଲ – ପରୁଣା ଗ୍ରାମ ଅଧିନରେ ଜଙ୍ଗଲ ଜାଉଥିବା କହୁଛନ୍ତି। ଏ ସମ୍ପର୍କରେ ବନବିଭାଗ ଅଧିକାରୀ ଶୁକାନ୍ତ କୁମାର ବେହେରାଙ୍କ ପଚାରିବାରୁ ସେ ନିତ୍ୟାନନ୍ଦ ପରିଜାଙ୍କୁ ଧରି କାର୍ଯ୍ୟାଳୟକୁ ଆଣି ନିଜ ଜମି ପଟ୍ଟା ଓ ନକ୍ସା ଆଣିବାକୁ କହିବା ସହିତ ପଚରା ଉଚରା କରି ଛାଡ଼ିଦେଖିବା ଶ୍ରୀଯୁକ୍ତ ବେହେରା କହିଛନ୍ତି।