Odiapua.com

ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବାଲିଗୁଡା, ୨୫/୧୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ପାରିବାରିକ କଳହର କରୁଣ ପରିଣତି। ପିଜୁଳି ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା। ମୃତକହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡି ଥାନା ପଲେ ଗ୍ରାମର ଗଜିନ୍ଦ୍ର ପ୍ରଧାନ ହୋଇଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଦାରିଙ୍ଗିବାଡି ପୋଲିସ ପହଞ୍ଚି ଶବ ଜବତ କରିଥିଲା। ଏବଂ ଶବ ବ୍ୟବଚ୍ଛେଦ ପାଇଁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ସେପଟେ ଏନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବାରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ସୂଚନା ଅନୁସାରେ, ଗଜିନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନଧରି ମତାନ୍ତର ଲାଗିରହିଥିଲା। ମଙ୍ଗଳବାର ରାତିରେ କୌଣସି କାରଣରୁ ଗଜିନ୍ଦ୍ର ଘର ନିକଟରେ ଥିବା ଏକ ପିଜୁଳି ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା ଥିଲେ। ତେବେ ଗଜିନ୍ଦ୍ର ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।